ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ହିତକର ନାଲି ଲଙ୍କା: ନିୟମିତ ସେବନ କଲେ ବଢିଥାଏ ଆୟୁଷ, ଦୂର ହୋଇଥାଏ କ୍ୟାନସର ସମ୍ଭାବନା

ଭୁବନେଶ୍ୱର ୨୨/୧୨ : ଅଧିକାଂଶ ଲୋକ ରାଗ ଖାଇବାକୁ ପସନ୍ଦ କରନ୍ତିନି। ସେଥିପାଇଁ ଡାଏଟରେ ଲଙ୍କା ବ୍ୟବହାର କରନ୍ତିନି। ବିଶେଷକରି ଲୋକେ ନାଲି ଲଙ୍କା ଠାରୁ ଦୁରେଇ ରହନ୍ତି। ଏକ ଅଧ୍ୟୟନ ଅନୁଯାୟୀ, ନିୟମିତ ନାଲି ଲଙ୍କା ସେବନ କଲେ ଆୟୁଷ ବଢିଥାଏ ଏବଂ ଅକାଳ ମୃତ୍ୟୁ ଆଶଙ୍କା ମଧ୍ୟ କମିଯାଇଥାଏ। ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ନାଲି ଲଙ୍କା ସେବନ କରନ୍ତି ସେମାନଙ୍କୁ ରୋଗ ହେବାର ସମ୍ଭାବନା ଏକ ଚତୁର୍ଥାଂଶ କମିଯାଇଥାଏ।

ବୈଜ୍ଞାନିକମାନେ ନାଲି ଲଙ୍କାରେ ଥିବା ରାଗ ଅଂଶକୁ ଶରୀର ପାଇଁ ଲାଭଦାୟକ ବୋଲି କହିଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ନାଲି ଲଙ୍କା ଶର୍କରା ସ୍ଥର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଟ୍ୟୁମର ସହ ସୁଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ନାଲି ଲଙ୍କାରେ ଭିଟାମିନ-ସି ରହିଛି ଯାହା ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ନାଲି ଲଙ୍କାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି ଯାହା ସିରାପ୍ରଶିରାରେ ବ୍ଲଡ଼ ବ୍ଳକେଜକୁ ଦୂର କରିଥାଏ। କିନ୍ତୁ ନାଲି ଲଙ୍କା ଗୁଣ୍ଡ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।

ବିଶ୍ୱ ସ୍ଥରରେ ପାଖାପାଖି ୫୭ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ଓ ଆହାର ରେକର୍ଡ ଆଧାରରେ ଅଧ୍ୟୟନ କରାଯାଇଥିଲା। କିନ୍ତୁ ସ୍ଵେଚ୍ଛା ସୂଚନା ଆଧାରରେ ଅନ୍ୟ ଅଧ୍ୟୟନ ଭଳି ଏହାର ଅନ୍ଵେଚ୍ଛୁକ ପରିଣାମ ମିଳିଥିଲା। କାରଣ ଅଧିକ ବ୍ୟକ୍ତିଗତ ଅଧ୍ୟୟନ କରୁଥିବା ବୈଜ୍ଞାନିକଙ୍କୁ ଏହା ଜାଣିବା ଆବଶ୍ୟକ ଯେ କେଉଁ କିସମର ଲଙ୍କା ସୁରକ୍ଷା ପ୍ରଦାନ କରିଥାଏ ଏବଂ କେତେ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।


ବୈଜ୍ଞାନିକ କହିଛନ୍ତି ଯେ, ଖାଇବାରେ ତାଜା ଓ ଶୁଖିଲା ଲଙ୍କା କିମ୍ବା ଗୋଲମରିଚ ବ୍ୟବହାର କଲେ ଖାଇବାର ସ୍ୱାଦ ଦୁଇଗୁଣ ବଢ଼ିଯାଇଥାଏ। ତାଛଡା ଏହା ଖାଇବାରେ ଲୁଣର ମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ଲୁଣ ସେବନ ଉଚ୍ଚ ରକ୍ତଚାପ ଓ ହୃଦୟରୋଗର କାରଣ ହୋଇଥାଏ। କିନ୍ତୁ ବୈଜ୍ଞାନିକ ମିଶ୍ରିତ ମସଲା ଓ ବଜାରରେ ମିଳୁଥିବା ଚିଲି ସସ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ବୈଜ୍ଞାନିକ କହିଛନ୍ତି ଯେ ଏଥିରେ ଅଧିକ ମାତ୍ରାରେ ସୋଡିୟମ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଅଧ୍ୟୟନର ପ୍ରମୁଖ ଲେଖକ କହିଛନ୍ତି ଯେ, ନିୟମିତ ନାଲି ଲଙ୍କା ସେବନ କ୍ୟାନସର ଓ ହୃଦୟରୋଗ ଭଳି ନାନା ରୋଗର ଆଶଙ୍କା କମ କରିପାରେ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ