ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ହିତକର ଡାଳିମ୍ବ: ରକ୍ତହୀନତା, ମଧୁମେହ, କ୍ୟାନସର୍ ଭଳି ଅନେକ ରୋଗରୁ ମିଳିଥାଏ ମୁକ୍ତି

ଭୁବନେଶ୍ୱର ୨୭/୦୯ : ଡାଳିମ୍ବ ବହୁତ ଲୋକଙ୍କୁ ପସନ୍ଦ । ଶରୀରରେ ରକ୍ତ ବୃଦ୍ଧି ପାଇଁ ସଳିମ୍ବ ବହୁତ ଉପାଦେୟ | ନିୟମିତ ଡାଳିମ୍ବ ସେବନ କଲେ ଶରୀରରେ ରକ୍ତହୀନତା ଦେଖା ଦେଇନଥାଏ । ଡାଳିମ୍ବର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି । ଡାଳିମ୍ବରେ ପ୍ରଚୁର ମାତ୍ରାରେ ଆଇରନ, ଏନର୍ଜି, ଅସନ୍ତୁଳିତ ଫ୍ୟାଟି ଏସିଡ୍, ଫାଇବର, ପ୍ରୋଟିନ, ଭିଟାମିନ ଓ ଥାଇମିନ ରହିଛି । ଏହାସହ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଫୋଲିକ୍ ଏସିଡ୍ ଏବଂ ରାଇବୋଫ୍ଲାଭିନ୍ ମଧ୍ୟ ପ୍ରଚୁର ପରିମାଣରେ ଅଛି ।

ରକ୍ତହୀନତା ପାଇଁ ଲାଭଦାୟକ – ଡାଳିମ୍ବ ସେବନ ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ଡାଳିମ୍ବ ସେବନ କଲେ ରକ୍ତହୀନତା ପୀଡିତ ବ୍ୟକ୍ତିଙ୍କର ନାଲି ରକ୍ତ କଣିକା ବୃଦ୍ଧି ପାଇଥାଏ ଯାହାଫଳରେ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ।

ମଧୁମେହ ରୋଗୀଙ୍କ ଲାଭଦାୟକ – ଡାଳିମ୍ବ ସେବନ ଦ୍ୱାରା ମଧୁମେହ ରୋଗୀଙ୍କୁ କିଛି ସମସ୍ୟା ହୋଇନଥାଏ । କିନ୍ତୁ ମଧୁମେହ ରୋଗୀ ଡାଳିମ୍ବ ଜୁସ ପିଇବା ଅନୁଚିତ । ଡାକ୍ତରଙ୍କ ଅନୁସାରେ ଜୁସ ବଦଳରେ ମଧୁମେହ ରୋଗୀ ସିଧାସଳଖ ଡାଳିମ୍ବ ସେବନ କରିବ ଉଚିତ ।

କ୍ୟାନସର ରୋଗରୁ ରକ୍ଷା କରିଥାଏ – ଡାଳିମ୍ବରେ ଥିବା ଅନେକ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ କ୍ୟାନସର ଭଳି ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ । ନିୟମିତ ଡାଳିମ୍ବ ଜୁସ ସେବନ କଲେ କିମ୍ବା ତାଜା ଡାଳିମ୍ବ ଖାଇଲେ ସ୍ତନ କର୍କଟ ଓ ଚର୍ମ କର୍କଟ ହେବାର ଆଶଙ୍କା କମ ହୋଇଥାଏ । କ୍ୟାନସର ରୋଗୀ ମଧ୍ୟ ପ୍ରତିଦିନ ଡାଳିମ୍ବ ଜୁସ ପିଇବା ଉଚିତ ।

ଓଜନ କମାଇବାରେ ସହାୟକ – ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଡାଳିମ୍ବ ଅତ୍ୟନ୍ତ ଲାଭଦାୟକ । ଗୋଟିଏ ଗ୍ଲାସ ଡାଳିମ୍ବ ଜୁସ ପିଇଲେ ଅଣ୍ଟା ଚର୍ବି କମ ହୋଇଥାଏ । ଓଜନ କମ କରିବା ପାଇଁ ଡାଳିମ୍ବ ଖାଇବା ଠାରୁ ତାର ଜୁସ ପିଇବା ଅଧିକ ଲାଭଦାୟକ ।

କୋଲେଷ୍ଟ୍ରଲ ଏବଂ ହୃଦ୍ ରୋଗ ପାଇଁ ସହାୟକ – ଡାଳିମ୍ବ ଶରୀରରେ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ । ଯାହାଫଳରେ ହୃଦୟ ଯାଏଁ ରକ୍ତ ସଠିକ ଭାବେ ପହଞ୍ଚି ପାରିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ନିୟମିତ ଡାଳିମ୍ବ ସେବନ କଲେ ହୃଦ୍ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ । ଡାଳିମ୍ବ ସେବନ ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ଥର କମ ହୋଇଥାଏ ।

ଗଣ୍ଠି ସମସ୍ୟା ଦୂର ହୋଇଥାଏ – ନିୟମିତ ଡାଳିମ୍ବ ଜୁସ ସେବନ କଲେ ମାଂସପେଶୀ, ହାଡ ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କିଛି ଲୋକଙ୍କର ରକ୍ତହୀନତା ଯୋଗୁଁ ମଧ୍ୟ ଗଣ୍ଠି ଯନ୍ତ୍ରଣା ହୋଇଥାଏ । ଗଣ୍ଠି ମଜବୁତ କରିବାକୁ ନିୟମିତ ଡାଳିମ୍ବ ଜୁସ ସେବନ କରିବା ଉଚିତ ।

ଗର୍ଭବତୀ ମହିଳାଙ୍କ ପାଇଁ ହିତକାରକ – ଗର୍ଭବତୀ ମହିଳାଙ୍କ ପାଇଁ ଡାଳିମ୍ବ ଅତ୍ୟନ୍ତ ହିତକାରକ । ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଡାଳିମ୍ବ ଅତ୍ୟନ୍ତ ଲାଭଦାୟକ । ଡାଳିମ୍ବ ସେବନ ଦ୍ୱାରା ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ମଧ୍ୟ ନଥାଏ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।