ଲାଇଫ୍ ଷ୍ଟାଇଲ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ଡାଳିମ୍ବ ଜୁସ୍, ରହିଛି ଅନେକ ଗୁଣ

ଭୁବନେଶ୍ୱର ୧୮/୧୧ : ଫଳମାନଙ୍କ ମଧ୍ୟରେ ଡାଳିମ୍ବ ଏକ ସ୍ୱାସ୍ଥ୍ୟକର ଫଳ। ଛୋଟ ଛୋଟ ମଞ୍ଜି ସହ ଏହାର ରଙ୍ଗ ରକ୍ତ ଭଳି ଲାଲ। ଡାଳିମ୍ବରେ ଫାଇବର, ପୋଟାସିୟମ, ଭିଟାମିନ-ସି ରହିଛି। ଦଳିବା ଜୁସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। ପ୍ୟାକ୍ ଜୁସରେ ଲୁଣ ଓ ଚିନିଯୁକ୍ତ ହୋଇଥାଏ। ତାଜା ଡାଳିମ୍ବ ଜୁସ ଆପଣ ଘରେ ମଧ୍ୟ ପ୍ରସ୍ତିତ କରିପାରିବେ। ଡାଳିମ୍ବ ଜୁସ କ୍ୟାନସର ବିପଦକୁ ଦୂରେଇବାରେ ସାହାଯ୍ୟ କରିଥାଏ। ଡାଳିମ୍ବ ଜୁସ ଆଣ୍ଟି ଆକ୍ସିଡେଣ୍ଟ ଗୁଣରେ ଭରପୁର। ଏକ ଗବେଷଣାରୁ ଜଣାପଡିଛି ଯେ ଗ୍ରୀନ ଟି ତୁଳନାରେ ଡାଳିମ୍ବରେ ଆଣ୍ଟି ଆକ୍ସିଡେଣ୍ଟ ତିନି ଗୁଣ ଅଧିକ ରହିଛି। ଆଣ୍ଟି ଆକ୍ସିଡେଣ୍ଟ ଫ୍ରି ରେଡ଼ିକାଲ୍ସରୁ କୋଷକୁ ସୁରକ୍ଷିତ ରଖିଥାଏ ଏବଂ ଆକ୍ସିଡେଟିଭ ଅବସାଦ କମ କରିଥାଏ।

ଡାଳିମ୍ବରେ ଭରପୁର ମାତ୍ରାରେ ଭିଟାମିନ-ସି ଥିବାରୁ ଏହା ଶରୀରକୁ ଅନେକ ଫାଇଦା ପହଞ୍ଚାଇଥାଏ। ଭିଟାମିନ-ସି ତ୍ୱଚାକୁ ସୁସ୍ଥ ରଖିଥାଏ, ପ୍ରତିରକ୍ଷା କାର୍ଯ୍ୟରେ ସହାୟତା କରିଥାଏ ଏବଂ କ୍ଷତ ଠିକ ଭରିବାରେ ସାହାଯ୍ୟ କରିଥାଏ। ଡାଳିମ୍ବ ଛଡା ଅନେକ ଖଟା ଜାତୀୟ ଫଳରେ ମଧ୍ୟ ଭିଟାମିନ-ସି ରହିଛି।

ଡାଳିମ୍ବ ଜୁସ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଉଚ୍ଚ ରକ୍ତଚାପ ଯୋଗୁଁ ହୃଦଘାତ ବିପଦ ମଧ୍ୟ ଥାଏ। ଏକ ରିସର୍ଚ୍ଚରେ ଜଣାପଡିଛି ଯେ ୧୫୦ ମିଲିଲିଟର ଡାଳିମ୍ବ ଜୁସ ଦୁଇ ସପ୍ତାହ ପିଇଲେ ଉଚ୍ଚ ରକ୍ତଚାପ କମ ହୋଇଥାଏ।

ଗଣ୍ଠି ଯନ୍ତ୍ରଣାରେ ମଧ୍ୟ ଡାଳିମ୍ବ ଜୁସ ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଡାଳିମ୍ବ ଜୁସ ଗଣ୍ଠି ଯନ୍ତ୍ରଣା ସହ ଲଢ଼ିବାରେ ସାହାଯ୍ୟ କରିଥାଏ। କିନ୍ତୁ ଏହା ଏଯାଏଁ ସମ୍ପୂର୍ଣ ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ଆହୁରି ଅଧ୍ୟୟନ ଆବଶ୍ୟକ।

ଡାଳିମ୍ବ ଜୁସର ଆଉ ଏକ ଗୁଣ ହେଲା ଏହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ସ୍ମରଣ ଶକ୍ତି ବୃଦ୍ଧି ସହ ଏହା ଅଲଜାଇମର ରୋଗ ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନେଇ ଜର୍ଣ୍ଣାଲ ନ୍ୟୁରୋବାୟଲ ଡ଼ିସରେ ପ୍ରକାଶିତ ଏକ ଅନୁସନ୍ଧାନରେ ଦାବି କରାଯାଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ