ଲାଇଫ୍ ଷ୍ଟାଇଲ

ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର ମୌସମ୍ବି ଜୁସ୍: ଦୂର କରିଥାଏ ଅନେକ ରୋଗ, ଔଷଧି ଭଳି କରେ କାମ

ଭୁବନେଶ୍ୱର ୧୮/୧୦ : ମୌସମ୍ବି ଜୁସ ଶରୀରକୁ ତାଜା ରଖିଥାଏ। ସେଥିପାଇଁ ଗରମରେ ମୌସମ୍ବି ଜୁସ ପିଇବାକୁ ଲୋକେ ପସନ୍ଦ କରିଥାନ୍ତି। ମୌସମ୍ବିରେ ଅନେକ ପ୍ରକାର ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ମୌସମ୍ବିରେ ଭିଟାମିନ-ସି ଓ ଫାଇବର ରହିଛି। ଦୁର୍ବଳତା ଦୂର କରିବାକୁ ଅଧିକାଂଶ ଲୋକ ମୌସମ୍ବି ଜୁସ ପିଇଥାନ୍ତି। ମୌସମ୍ବିର ଆହୁରି ଅନେକ ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି।
୧. ଓଜନ କମ କରିବାରେ ସହାୟକ – ଖାଲି ପେଟରେ ମୌସମ୍ବି ଜୁସ ପିଇଲେ ଓଜନ କମ ହୋଇଥାଏ। ମୌସମ୍ବିରେ ଭରପୁର ମାତ୍ରାରେ ଭିଟାମିନ-ସି ଥିବାରୁ ଏହା ଫ୍ୟାଟ ଆକ୍ସିଡେସନର କାମ କରିଥାଏ, ଯାହାଦ୍ୱାରା ଓଜନ କମ ହୋଇଥାଏ। ଶରୀରରେ ଥିବା ଅନ୍ୟ ଟକ୍ସିନକୁ ମଧ୍ୟ ଦୂର କରିଥାଏ।

୨. କଶ୍ୟକାଠିନ୍ୟ ସମସ୍ୟା ଦୂର କରିଥାଏ – ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନଙ୍କୁ ମୌସମ୍ବି ଜୁସ ପିଇବା ଉଚିତ। ମୌସମ୍ବିରେ ଥିବା କିଛି ଏସିଡ ଶରୀରରୁ ଟକ୍ସିନ ଦୂର କରିବାରେ ସାହାଯ୍ୟ କରନ୍ତି। ମୌସମ୍ବିରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଫାଇବର ଅନ୍ତନଳୀ ସଫା କରିଥାଏ।

୩. ମାଢି ପାଇଁ ଲାଭଦାୟକ – ଚାରି ଚାମଚ ମୌସମ୍ବି ରସ, ଦୁଇ ଚାମଚ ପାଣି ଓ ଗୋଟିଏ ଚୁଟକୀ ସନ୍ଧବ ଲୁଣ ମିଶାଇ ମାଢିରେ ଲଗାଇଲେ ମାଢିରେ ସୁଜନ, ରକ୍ତସ୍ରାବ ଭଳି ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ମାଢି ମଜବୁତ ମଧ୍ୟ ହୋଇଥାଏ। ଏହା ନୂଆ କୋଷ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

୪. ଆଖି ପାଇଁ ସର୍ବୋତମ ଔଷଧି – ଗୋଟିଏ ଗ୍ଲାସ ସାଧା ପାଣିରେ ୩-୪ ବୁନ୍ଦା ମୌସମ୍ବି ରସ ମିଶାଇ ଏହି ପାଣିରେ ୩-୪ ଥର ଆଖିକୁ ଧୁଅନ୍ତୁ। ଏହିଭଳି କରିବା ଦ୍ୱାରା କନଜୁଣ୍ଟିଭାଇଟିସ୍ ସମସ୍ୟା ଦୂର ହୋଇଥାଏ ଏବଂ ଯେକୌଣସି ପ୍ରକାର ଆଖି ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ।

୫. ପ୍ରତିରୋଧକ କ୍ଷମତା ପାଇଁ ଲାଭଦାୟକ – ମୌସମ୍ବିରେ ବହୁ ମାତ୍ରାରେ ଭିଟାମିନ-ସି ଥିବାରୁ ଏହା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ। ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାକୁ ପ୍ରତିଦିନ ଗୋଟିଏ ଗ୍ଲାସ ମୌସମ୍ବି ଜୁସ ପିଇବା ଉଚିତ। ଏହାଦ୍ୱାରା ସଂକ୍ରମଣ ମଧ୍ୟ ହୋଇନଥାଏ।

୬. ଅସ୍ଥାୟୀ ରୋଗ ପାଇଁ ଲାଭକାରୀ – ମୌସମ୍ବିରେ ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟି ଇନଫ୍ଲେମେଟରୀ ଗୁଣ ରହିଛି ଯାହା ଶ୍ୱାସ ରୋଗୀଙ୍କ ପାଇଁ ଲାଭଦାୟକ। ଶ୍ୱାସ ରୋଗୀଙ୍କ ପାଇଁ ମୌସମ୍ବି ଜୁସରେ ଟିକିଏ ଜିରା ଓ ଅଦା ମିଶାଇ ପିଇବା ଉଚିତ। ଏହାଦ୍ୱାରା ଆଶ୍ବସ୍ତି ମିଳିଥାଏ।

୭. ପାଚନ ଶକ୍ତି ମଜବୁତ କରିବାରେ ସହାୟକ – ପେଟ ଗରମ ହେଲେ ପାଚନ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ। ମୌସମ୍ବିରେ ଫ୍ଲାଭୋନାଏଡ୍ ତତ୍ତ୍ୱ ରହିଛି ଯାହା ଶରୀରର ପାଚନ ଶକ୍ତି ମଜବୁତ କରିଥାଏ। ମୌସମ୍ବି ଜୁସ ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

୮. କ୍ୟାନସରରୁ ରକ୍ଷା କରିଥାଏ – ମୌସମ୍ବିରେ ଡି-ଲିମୋନିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏହାଦ୍ୱାରା ସ୍ତନ କର୍କଟ ଭଳି ରୋଗରୁ ରକ୍ଷା ପାଇହେବ। ନିୟମିତ ମୌସମ୍ବି ଜୁସ ସେବନ କଲେ କ୍ୟାନସର ଆଶଙ୍କା ୨୦ ପ୍ରତିଶତ କମିଯାଇଥାଏ ବୋଲି କୁହାଯାଏ।

୯. ମୌସୁମୀ ରୋଗରୁ ପ୍ରତିରୋଧ – ସାଧାରଣତଃ ମୌସୁମୀ ପରିବର୍ତ୍ତନ ଯୋଗୁଁ ଥଣ୍ଡା-କାଶ ଜ୍ୱର ଆଦି ସମସ୍ୟା ଦେଖାଦେଇଥାଏ। ନିୟମିତ ମୌସମ୍ବି ଜୁସ ସେବନ କରିବା ଦ୍ୱାରା ଏହିସବୁ ସମସ୍ୟା ଦେଖାଦେଇନଥାଏ ଏବଂ ଶରୀର ସୁସ୍ଥ ରହେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ