ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ଓ କେଶ ପାଇଁ ହିତକର କଳା ଅଙ୍ଗୁର: ନିଶ୍ଚୟ ସେବନ କରନ୍ତୁ, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର ୧୭/୦୨ : ଫଳମୂଳ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଅଙ୍ଗୁର ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କଳା ଅଙ୍ଗୁର ଖାଇବାକୁ ବହୁତ ପସନ୍ଦ କରନ୍ତି। କଳା ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଯେକୌଣସି ଜିନିଷ ଅଧିକ ହେଲେ ହାନିକାରକ ହୋଇଥାଏ। ଠିକ ସେହିଭଳି ଅଧିକ ଅଙ୍ଗୁର ଖାଇବା ମଧ୍ୟ ହାନିକାରକ ହୋଇଥାଏ। ଅଧିକ ଅଙ୍ଗୁର ଖାଇବା ଦ୍ୱାରା ସଲିସିକ୍ଲିକ ଏସିଡ ପାଚନ ସମସ୍ୟା ସୃଷ୍ଟି କରିପାରେ। ଦିନକରେ ବହୁତ ଅଙ୍ଗୁର ଭାଇବା ଦ୍ୱାରା ଝାଡା ମଧ୍ୟ ହୋଇଥାଏ। ସମୟ ସହ ଏହା ଓଜନ ମଧ୍ୟ ବୃଦ୍ଧି କରିଥାଏ। ଅଧିକ ଅଙ୍ଗୁର ଖାଇବାର ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି।

କଳା ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଏହାଦ୍ୱାରା କଣ କଣ ଫାଇଦା ହୋଇଥାଏ ପଢନ୍ତୁ

କଳା ଅଙ୍ଗୁର ଖାଇବା ଦ୍ୱାରା ରକ୍ତରେ ଇନସୁଲିନ ମାତ୍ରା ବଢିଥାଏ। ଅଙ୍ଗୁରରେ ରେସୱାର୍ଟଲ ନାମକ ଏକ ପଦାର୍ଥ ଅଛି ଯାହା ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ।

କଳା ଅଙ୍ଗୁରରେ ସାଇଟୋକେମିକାଲ ରହିଛି ଯାହା ହୃଦ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଏବଂ ଏହା କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିଥାଏ।


କେଶ ସମ୍ବନ୍ଧୀୟ ସମସ୍ୟା ପାଇଁ କଳା ଅଙ୍ଗୁର ବହୁତ ଲାଭଦାୟକ। କଳା ଅଙ୍ଗୁର ଭିଟାମିନ-ଇ ଅଛି ଯାହା ପାଇଁ କେଶ ପାଇଁ ବହୁତ ଲାଭଦାୟକ।

କଳା ଅଙ୍ଗୁର ଖାଇବା ଦ୍ୱାରା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ।

(ଏହି ଖବର ରିସର୍ଚ୍ଚ ଓ ମାନ୍ୟତା ଆଧାରରେ ଲିଖିତ, ଡାକ୍ତରଙ୍କୁ ପରାମର୍ଶ ଆବଶ୍ୟକ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ