ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଡାକ୍ତର ମରୁଡି ଯୋଗୁଁ ତେଜିଲା ଅସନ୍ତୋଷ

ବାଲିଗୁଡା ୨୬/୦୭: ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଡାକ୍ତର ମରୁଡି ଯୋଗୁଁ ତେଜୁଛି ଅସନ୍ତୋଷ ବାଲିଗୁଡା । ଓଡିଶାର ସର୍ବ ବୃହତ୍ତ ଉପଖଣ୍ଡର ମାନ୍ୟତା ପାଇଥିବା ବାଲିଗୁଡା ଉପଖଣ୍ଡରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ଡାକ୍ତର ଖାନାରେ ଡାକ୍ତର ଓ ଷ୍ଟାଫ ମରୁଡି ଯୋଗୁଁ ରୋଗୀ ସେବାରେ ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି ।

ଜରୁରୀକାଳୀନ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଅନେକ ରୋଗୀ ଅପେକ୍ଷା ନକରି ପାରି ଘରକୁ ଫେରୁଛନ୍ତି ଡାକ୍ତରଖାନା ପ୍ରତି ଲୋକଙ୍କ ଭରଷା ତୁଟିଗଲାଣି । ଡାକ୍ତର ପଦବୀ ସଂଖ୍ୟା ୨୪ ଥିବାବେଳେ ମାତ୍ର ୩ ଜଣ ଡାକ୍ତର ରୋଗୀସେବା କରୁଛନ୍ତି । ସେହି ୩ ଜଣ ଡାକ୍ତର ମଧ୍ୟରୁ ପାଳିକରି ଜଣେ ଡାକ୍ତର ରୋଗୀସେବା କରୁଥିବା ନେଇ ଅଭିଯୋଗ ହେଉଛି ।

ସୋମବାର ଦିନ ରୋଗୀ ସଂଖ୍ୟା ଅପରାହ୍ନ ୪ ଟା ବେଳେ ଜଣେ ମାତ୍ର ଡାକ୍ତର ରୋଗୀ ସେବା କରୁଥିବା ବେଳେ ଅନ୍ୟ ଦୁଇ ଡାକ୍ତରଙ୍କ ଦେଖା ମିଳିନଥିଲା l ବର୍ଷା ଦିନ ହୋଇଥିବାରୁ ଜ୍ୱର ଓ ଡ଼ାଇରିଆ ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଉପଖଣ୍ଡ ମେଡିକାଲର ଏହି ଅବସ୍ଥା ଯୋଗୁଁ ରୋଗୀମାନେ ଡାକ୍ତରଖାନାକୁ ଆସିବାକୁ ଉଚିତ ମନେକରୁନାହାନ୍ତି ।

ସାଧାରଣ ଜ୍ଜର ଓ ପେଟ ବ୍ୟଥା ଓ ଆସନ୍ନ ପ୍ରସବା ମହିଳାଙ୍କୁ ଫୁଲବାଣୀ ରେଫର କରାଯାଉଥିବା ଅଭିଯୋଗ ହେଉଛି । ଡାକ୍ତରଖାନା ଉପରେ ଜ଼ିଲ୍ଲାର ନଅ ଗୋଟି ବ୍ଲକ ଓ ପଡୋଶୀ ବୌଦ୍ଧ କଳାହାଣ୍ଡି ଓ ରାୟଗଡା ଜ଼ିଲ୍ଲାର ସୀମାନ୍ତ ଅଞ୍ଚଳର ଲକ୍ଷାଧିକ ଲୋକେ ନିର୍ଭରଶୀଳ । ଡାକ୍ତର ପଦବୀ ପୂରଣ ନେଇ ବାଲିଗୁଡାର ବିଭିନ୍ନ ସଂଗଠନ ଭାରତୀୟ ଜନତା ଦଳ ଅନେକ ସମୟରେ ଆନ୍ଦୋଳନ ଧାରଣା କରିଛନ୍ତି କିନ୍ତୁ ମିଳିଛି କେବଳ ପ୍ରତିଶୃତି ।

ପ୍ରଶାସନର ଚରମ ଅବହେଳା ନିର୍ବାଚିତ ଜନ ପ୍ରତିନିଧିଙ୍କ ବୈମାତୃକ ମନୋଭାବ ଯୋଗୁଁ ଡାକ୍ତର ଖାନାର ଉନ୍ନତି ହେଉନାହିଁ । ଦୀର୍ଘ ଦିନ ହେବ ମେଡିକାଲ ପରିସର ମଧ୍ୟରେ ଥିବା ସୁଲଭ ଶୌଚାଳୟ ମଧ୍ୟ କାର୍ଯ୍ୟକ୍ଷମ ହେଉନି ଫଳରେ ଲୋକେ ହୀନସ୍ତା ଭୋଗୁଛନ୍ତି ଫଳରେ ଅସନ୍ତୋଷ ଦାନା ବାନ୍ଧୁଛି ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ପାଇଁ ଲୋକେ ସଜବାଜ ହେଉଥିବା ନେଇ ଆଭାସ ମିଳୁଛି । ମେଡିକାଲ ଉପରେ ନିର୍ଭରଶୀଳ ଦୁଇଟି ନିର୍ବାଚନ ମଣ୍ଡଳୀ ବାଲିଗୁଡା ଓ ଘୁ-ଉଦୟଗିରି ବିଧାୟକ ଏହିପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ