କନ୍ଧମାଳ :ସରକାର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳା ମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି । ହେଲେ ପଞ୍ଚାୟତ ଓ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଓ ଯୋଗୁଁ ମିଳି ପାରିନାହିଁ ବିଧବା ଭତ୍ତା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତରୁ ଆସିଛି ଏପରି ଏକ ଅଭିଯୋଗ ।
ସାଡ଼ିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ସାଉଲପଡ଼ା ଗ୍ରାମର ନାରୁମତି କହଁର ବୟସ ୪୯ । ଆଜକୁ ପ୍ରାୟ ୧୫ବର୍ଷ ତଳେ ନାରୁମତିଙ୍କ ସ୍ୱାମୀ ଇସ୍ପତି କହଁର ଚାରି ସନ୍ତାନଙ୍କୁ ନାରୁମତିଙ୍କ ଦାୟିତ୍ୱରେ ଛାଡି ଆରପାରିକୁ ଚାଲିଗଲା ।ସ୍ୱାମୀଙ୍କ ମୃତ୍ୟୁ ପରେ ନାରୁମତିଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା ।ସେ ନିଜେ କେମିତି ବଞ୍ଚିବେ ଓ ଚାରି ସନ୍ତାନଙ୍କୁ କେମିତି ପାଳିବେ ସେ ଚିନ୍ତାରେ ଘାଣ୍ଟି ହୋଇଗଲେ । ସରକାର ବିଧବା ମାନଙ୍କୁ ବିଧବା ଭତ୍ତା ଦେଉଥିବା ଜାଣି ୧୫ବର୍ଷ ହେଲାଣି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଛନ୍ତି । ହେଲେ ଆଜିଯାଏ ସେ ବିଧବା ଭତ୍ତା ଖଣ୍ଡିକ ପାଇପାରିଲେନାହିଁ ।ଏପରି କି ପରିବାରର ୫ସଦସ୍ୟ ପଞ୍ଚାୟତରେ ମିଳୁଥିବା ପିଡ଼ିଏସ ଚାଉଳରୁ ମଧ୍ୟ ବଞ୍ଚିତ ଅଛନ୍ତି ।ଚଳାଚଳରେ ଅସୁବିଧା ହେବାରୁ ଏବେ ସେ ଚାରି ଛୁଆଙ୍କ ସହିତ ପାହିରାଜୂ ପଞ୍ଚାୟତ ଅଧୀନରେ ଥିବା ଗୋବରନଳା ଗ୍ରାମରେ ଥିବା ନିଜ ଭାଇ ଜଗିତ କହଁର ଘରେ ଯାଇ ଆଶ୍ରୟ ନେଇଛନ୍ତି ।ପ୍ରଶାସନ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଯୋଗେଇ ଦେବାକୁ ସାଧାରଣରେ ଦାବୀ ହେଉଛି ।ଏ ବିଷୟରେ ଫିରିଙ୍ଗିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ସେ ନାରୁମତିଙ୍କ ବିଧବା ଭତ୍ତା ପାଇଁ ଅନ ଲାଇନ କରି ଦିଆହୋଇଛି । ତାଙ୍କର କାଗଜପତ୍ର ସମ୍ପୂର୍ଣ୍ଣ ହେଲେ ଭତ୍ତା ମିଳିଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ନାରୁମତିଙ୍କୁ ଭତ୍ତା ଯୋଗାଉଛି? କନ୍ଧମାଳ ଜିଲ୍ଲା ରୁ ବିବେକାନନ୍ଦ ପ୍ରଧାନ ଙ୍କ ରିପୋର୍ଟ