ଅପରାଧ ରାଜ୍ୟ

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ, କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ

ଯାଜପୁର ୧୮।୦୫: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧୁଗାଁ ରେ ଅଭାବନୀୟ ଘଟଣା। ସ୍ତ୍ରୀକୁ କଟୁରୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ମୃତ ମହିଳାଙ୍କ ନାମ ରାଧିକା ମହାନ୍ତ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଗୋଲଖ ମହାନ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଖବର ଅନୁଯାୟୀ, ବୁଧବାର ସକାଳୁ କୌଣସି କାରଣରୁ ବିଭିନ୍ନ ସମୟରେ ଗୋଲଖ ଓ ତାଙ୍କ ସ୍ତ୍ରୀ ରାଧିକାଙ୍କ ମଧ୍ୟରେ କହଳ ଲାଗି ରହୁଥିଲା। ହେଲେ ଆଜି ଏହା ଉଗ୍ରରୂପ ନେଇଥିଲା। ସକାଳେ ଉଭୟଙ୍କ ମଧ୍ୟରେ ପୁଣି କଳହ ସୃଷ୍ଟି ହେବାରୁ ଗୋଲଖ ନିଜ ସ୍ତ୍ରୀ ରାଧିକାଙ୍କୁ ଏକ କଟୁରୀରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା କରି ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଗୋଲଖଙ୍କୁ କାବୁ କରି ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।‌

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।