ଅପରାଧ ରାଜ୍ୟ

ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଲାନି ନ୍ୟାୟ: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ମହିଳା

ପୁରୀ : ସ୍ବାମୀଙ୍କର ମୃତ୍ୟୁ ପରେ ମଧ୍ୟ ପରିବାରକୁ ନ୍ୟାୟ ନମିଳିବା ନେଇ ସଂଯୁକ୍ତା ମହାନ୍ତି ସପରିବାର ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ମାଗିଛନ୍ତି।

ସଂଯୁକ୍ତାଙ୍କ କହିବା ମୁତାବକ, ସତ୍ୟବାଦୀ ବ୍ଲକ୍‌ ଶ୍ରୀରାମଚନ୍ଦ୍ରପୁର ବ୍ଲକ୍‌ ହାଟସାହିର ବାସିନ୍ଦା ପର୍ଶୁରାମ ମହାନ୍ତି କଟକସ୍ଥିତ ଅବକାରୀ ବିଭାଗରେ ହାବିଲ୍‌ଦାର ଭାବେ କାର୍ଯ୍ୟରତ ଥିଲେ। ଛୁଟିରେ ଘରକୁ ଆସିଥିବା ବେଳେ ଘରର କାନ୍ଥ ତାଙ୍କ ଉପରେ ପଡ଼ିଯିବାରୁ ତୁରନ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ଏସ୍‌ସିବି ପଠାଇ ଦିଆଗଲା। ଏହି ସମୟରେ ଏକ ଆମ୍ବୁଲାନ୍ସ ତାଙ୍କୁ କଟକ ନେଇ ଯିବା ବେଳେ ହଂସପାଳ ନିକଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେଣୁ ଗୁରୁତର ଥିବା ପର୍ଶୁରାମଙ୍କ ଉପରେ ଅକ୍ସିଜେନ୍‌ ସିଲିଣ୍ଡରଟି ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ କ୍ଷତିପୂରଣ ନେଇ ପର୍ଶୁରାମଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି ସହ ମୃତକ ପର୍ଶୁରାମଙ୍କ ପରିବାରକୁ ୯ଲକ୍ଷ ୭୭ ହଜାର ୬୨୨ ଟଙ୍କା କ୍ଷତିପୂରଣ ବାବଦରେ ଦେବା ପାଇଁ ଜିଲ୍ଲାପାଳ, ସିଡିଏମ୍‌ଓ ଓ ସ୍ବାସ୍ଥ୍ୟ ବିଭାଗକୁ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଥିଲେ। ଏପରିକି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ସହାୟତା ରାଶି ନଦେଲେ ୭ ପ୍ରତିଶତ ସୁଧ ହାରରେ ଏହି ଅର୍ଥ ଦେବାକୁ ୨୦୧୨ ମସିହାରେ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର ଅଦାଲତଙ୍କ ଆଦେଶକୁ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ମୃତକଙ୍କ ପରିବାରକୁ ଏହି ଟଙ୍କା ମିଳିନାହିଁ। ଏହା ମଧ୍ୟରେ ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ସାରିଲେଣି। ଏହି ସମୟରେ ମଧ୍ୟରେ କାର୍ଯ୍ୟ କରି ଯାଇଥିବା ୪ ଜଣ ଜିଲ୍ଲାପାଳଙ୍କୁ ଭେଟି ମଧ୍ୟ ଗୁହାରି କରିଛନ୍ତି। ହେଲେ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି। ଯଦି କର୍ତ୍ତୃପକ୍ଷ ଚଳିତ ମାସ ୩୦ ତାରିଖ ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଟଙ୍କା ପ୍ରଦାନ ନକରନ୍ତି ତେବେ ତାଙ୍କୁ ସପରିବାର ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ସେ ଉଲ୍ଲେଖ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।