ଅପରାଧ ରାଜ୍ୟ

ସ୍ୱାମୀଙ୍କୁ ପିଟିପିଟି ମାରି ସ୍ତ୍ରୀ ଫେରାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଶରତ ଥାନା ସିରିଆପାଳ ଗାଁର ଲଡୁରା ସିଂହ ବାଳମୁଚା(୪୦)ଙ୍କୁ ସ୍ତ୍ରୀ ଗୁରୁବାରୀ ସିଂହ ବାଳମୁଚା(୩୫) ଏକ କାଠଫାଳିଆରେ ପିଟିପିଟି ମାରିଦେଇଥିଲେ। ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ଏହାପରେ ଗୁରୁବାରୀ ନିଜର ୩ ଛୁଆଙ୍କୁ ନେଇ କୁଆଡ଼େ ପଳାଇଥିଲେ। ଖବର ପାଇ ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲଡୁରା ସିଂହ ବାଳମୁଚାଙ୍କ ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି। ଫେରାର ଅଭିଯୁକ୍ତ ଗୁରୁବାରୀଙ୍କୁ ଧରିବା ଲାଗି ବି ପୁଲିସ ଚେଷ୍ଟା ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।