ଅପରାଧ ରାଜ୍ୟ

ସ୍ୱାଧୀନତା ଦିବସ: ଜିଲ୍ଲାସ୍ତରୀୟ ସମାରୋହକୁ ଯାଇଥିଲେ ନକଲି ଯବାନ, ଧରିପକାଇଲା ପୁଲିସ

ପୁରୀ: ପୂରା ଭାରତ ସମେତ ଓଡ଼ିଶାର ଗାଁରୁ ସହର ଯାଏଁ ମଙ୍ଗଳବାର ଦିନ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବ୍ୟତୀତ ଯୁବକ ସଂଘ ଏବଂ ଅନ୍ୟାନ୍ୟ ସଂଗଠନରେ ମଧ୍ୟ ଉତ୍ସାହର ସହିତ ସ୍ବାଧୀନତା ଦିବସର ଆୟୋଜ କରାଯାଇଛି। ଏହି ଅବସରରେ ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଓ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ପୁରୀର ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଛି। କିନ୍ତୁ କାର୍ଯ୍ୟକ୍ରମ ପୂର୍ବରୁ ଏଠାରେ ଜଣେ ନକଲି ଯବାନ ଧରାପଡ଼ିଛନ୍ତି। ସେନାର ଯବାନ ଭଳି ଦେଖାଯାଉଥିବା ନକଲି ପୋଷାକ ପିନ୍ଧି ସ୍ବାଧୀନତା ଦିବସ ଅବସରରେ ଆୟୋଜିତ ସମାରୋହରେ ଯୋଗଦେଇଥିବା ଯୁବକ ହେଲେ ସୁନୀଲ କୁମାର। ସେ ସ୍ଥାନୀୟ କୁମ୍ଭାରପଡ଼ା ଥାନା ଅଞ୍ଚଳର‌ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁରୀର ଇଣ୍ଡୋର ଷ୍ଟାଡିୟମରେ ଆଜି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏଠାରେ ଜଣେ ଯୁବକ ନକଲି ସେନା ବେଶରେ ଚୌକିରେ ବସିଥିବା ମୁତୟନ ଥିବା ପୁଲିସ କର୍ମଚାରୀମାନେ ଜାଣିବାକୁ ପାଇଥିଲା। ସ୍ଥାନୀୟ କୁମ୍ଭାରପଡ଼ା ଅଞ୍ଚଳର ସୁନୀଲ କୁମାର କେଉଁ ଉଦ୍ଦେଶ୍ୟ ରଖି ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହକୁ ଯାଇଥିଲେ ରିପୋର୍ଟ ଲେଖାଯିବା ବେଳକୁ ତାହା ଜଣାପଡ଼ି ନାହିଁ। ତାଳବଣିଆ ଥାନା ପୁଲିସ ଅଭିଯୁକ୍ତ ସୁନୀଲଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।