ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସ୍ବୟଂଶାସିତ ନା ସରକାରୀ ମହାବିଦ୍ୟାଳୟ? ଧର୍ମେନ୍ଦ୍ର, ତୁଷାରଙ୍କ ଭିନ୍ନମତ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ ନୁହେଁ, ସରକାରୀ ମହାବିଦ୍ୟାଳୟ କରିବାକୁ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ। ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥା କହିଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ କରିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ନବରଙ୍ଗପୁର ଆକାଂକ୍ଷୀ ଜିଲ୍ଲାର ମାନ୍ୟତା ପାଇଛି। ଏଠାରେ ମଡେଲ ଡିଗ୍ରି କଲେଜକୁ ବାଦ୍‌ ଦେଲେ ଗୋଟିଏ ବି ସରକାରୀ କଲେଜ ନାହିଁ। କଲେଜ ଗୁଡ଼ିକରେ ୭୫ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ରହିବା ଓ ଦେୟମୁକ୍ତ ସୁବିଧା ଦେଲେ ସମସ୍ତ ପିଲା ପାଠ ପଢ଼ିପାରିବେ। ନବରଙ୍ଗପୁର ଜିଲ୍ଲାର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି କଲେଜ ସହ ଯୋଡି ହୋଇ ରହିଛି। ସ୍ବୟଂଶାସିତ ମାନ୍ୟତା ମିଳିଲେ ପିଲା ପିଜି ପଢ଼ିପାରିବେ ଏବଂ ବିଭିନ୍ନ ନୂଆ ପାଠ୍ୟକ୍ରମର ସୁବିଧା ମିଳିବ। କିନ୍ତୁ, ପିଲାଙ୍କ ପାଖରେ ଏଥିପାଇଁ ସମ୍ବଳ ନାହିଁ। ସରକାରୀ କଲେଜରେ ଆଦିବାସୀ ପିଲାଙ୍କୁ ବିଶେଷ ଲାଭ ମିଳିବ। ତେଣୁ ନବରଙ୍ଗପୁର କଲେଜକୁ ସରକାରୀ କଲେଜ କରିବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ ବୋଲି ମତ ଦେଇଥିଲେ। ସେହିପରି ଚାକିରିଆ ନୁହେଁ ଚାକିରିଦାତା ହୁଅ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି