ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବିଡେନ ଉପକୂଳରେ ଦେଖାଦେଲା ରୁଷୀୟ ଗୁପ୍ତଚର ତିମି

ଷ୍ଟକ୍‌ହୋମ୍: ୨୦୧୯ରେ ନରୱେଠାରେ ଦେଖାଯାଇଥିବା ଏକ ବିଶାଳ ତିମିକୁ ରୁଷ୍ ନୌସେନା ପକ୍ଷରୁ ତାଲିମ ଦେଇ ଗୁପ୍ତଚର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସନ୍ଦେହ କରାଯାଉଥିଲା। କାରଣ ଏହି ତିମି ବେକରେ ଏକ ମଣିଷନିର୍ମିତ ଫିତା ଓ କ୍ୟାମେରା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ନରୱେର ଉତ୍ତରାଞ୍ଚଳ ଫିନମାର୍କରେ ଏହି ତିମି ପ୍ରଥମେ ଦେଖିବାକୁ ମିଳିଥିଲା। ନରୱେ ଭାଷାରେ ଏହି ତିମିର ନାମ ଦିଆଯାଇଥିଲା ‘ହ୍ବାଲ୍‌ଦିମିର’। ନରୱେ ଉପକୂଳରେ ତିନିବର୍ଷ ବୁଲିବା ପରେ ଏହା ଦ୍ରୁତଗତିରେ ଏବେ ସ୍ବିଡେନ ଅଞ୍ଚଳକୁ ଚାଲିଆସିଛି। ରବିବ‌ାର ସ୍ବିଡେନର ଦକ୍ଷିଣ-ପଶ୍ଚିମ ଉପକୂଳ ଅଞ୍ଚଳ ହନେବୋଷ୍ଟ୍ରାଣ୍ଡରେ ଏହା ଦେଖିବାକୁ ମିଳିଥିଲା।

ୱାନହ୍ବେଲ ସଂଗଠନର ଜନୈକ ସମୁଦ୍ରବିଜ୍ଞାନୀ ସେବାଷ୍ଟିଆନ ଷ୍ଟ୍ରାଣ୍ଡ କହିଛନ୍ତି, ତିମିଟି ଆଜିକାଲି ଏତେ ଦ୍ରୁତଗତିରେ ନିଜ ପ୍ରାକୃତିକ ଆବାସସ୍ଥଳରୁ ଦୂରରେ କାହିଁକି ବୁଲୁଛି ତାହା ବୁଝାପଡ଼ୁ ନାହିଁ। ତିମିଟିର ବୟସ ୧୩-୧୪ ବର୍ଷ ହେବ। ଏହି ବୟସରେ ସେମାନଙ୍କର ହରମୋନ କ୍ଷରଣ ଅଧିକ ହୋଇଥାଏ। ସେଥିପାଇଁ ସେମାନେ ସାଥୀ ଖୋଜିବାକୁ ଚେଷ୍ଟା କରିଥାନ୍ତି। ଏହି ତିମି ମଣିଷ ସହ ଅଭ୍ୟସ୍ତ ଥିବା ଜଣାପଡ଼ୁଥିବାରୁ ଏହାକୁ ରୁଷୀୟ ନୌସେନା ପକ୍ଷରୁ ତାଲିମ ଦେଇ ଗୁପ୍ତଚର କାର୍ଯ୍ୟରେ ନିୟୋଜିତ କରାଯାଇଥିବ‌ା ସନ୍ଦେହ କରାଯାଉଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।