ଝାରସୁଗୁଡା୨୭/୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନୂଆ ଅବତାର। ଗତକାଲି ଆଦିବାସୀଙ୍କ ବଡଦେଓ ପୂଜାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି। ଗେରୁଆ ରଙ୍ଗରେ ଧୋତି ପିନ୍ଧି ଆଦିବାସୀଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପ୍ରତୀକ ଧରି ନାଚୁଥିବାର ନଜର ଆସିଥିଲେ। ଯାହାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ଝାରସୁଗୁଡା ଲଇକେରା ଅଞ୍ଚଳରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନୂଆ ଅବତାର ଦେଖି ଲୋକଙ୍କ ଗହଳି ଲାଗିଥିଲା।
ଇଶ୍ବର ବିଶ୍ବାସୀ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଆଦିବାସୀ ଉତ୍ସବରେ ସାମିଲ ହୋଇଥିଲେ। ଏବେ ନୁହେଁ, ଏହା ପୂର୍ବରୁ ମଧ୍ୟ ବିଭିନ୍ନ ଆଦିବାସୀ ପର୍ବପର୍ବାଣୀରେ ନବ ଦାସ ଯୋଗ ଦେବାର ନଜୀର ମଧ୍ୟ ରହିଛି। ଏହି ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ନାଚିବା ସହ ଲୋକମାନଙ୍କୁ ମଧ୍ୟ ନଚାଇଥିଲେ।
ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକର ମଜୁରଢ଼ିପାଠାରେ ଗଣ୍ଡ ସମ୍ପ୍ରଦାୟର ଜଂଘଲିଙ୍ଗା ପୂଜା ଅବସରରେ ନିଜେ ବଡ଼ଦେଓ ଦେବତାଙ୍କ ଏକ ଓଜନିଆ କାଠକୁ ନିଜ କାନ୍ଧରେ ବୋହି ନାଚ କରିଥିଲେ। ସୂଚନାଯୋଗ୍ୟ ଗଣ୍ଡ ଜାତିର ଇଷ୍ଟ ଦେବତା ଜଂଘଲିଙ୍ଗା ବଡ଼ଦେଓଙ୍କୁ ପୂଜା କରାଯାଏ।
