ଅପରାଧ ରାଜ୍ୟ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପଛର କାରଣ କ’ଣ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଅଭିଯୁକ୍ତଙ୍କ ସହ ବଚସା ହୋଇଥିଲା!
ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ ଅଭିଯୁକ୍ତ ପୁଲିସ ଅଧିକାରୀ ଗୋପାଳ ଦାସଙ୍କ ମାସେ ପୂର୍ବରୁ କୌଣସି କାରଣକୁ ନେଇ ବଚସା ହୋଇଥିବା ଶୁଣାଯାଉଛି। ଜଣେ ମନ୍ତ୍ରୀଙ୍କ ସହିତ ଏହି ତଳିଆ ଅଧିକାରୀଙ୍କ କାହିଁକି ବଚସା ହୋଇଥିଲା, ସେ ନେଇ କୌଣସି ତଥ୍ୟ ମିଳିନାହିଁ। ତେବେ, ନେତାମାନଙ୍କ ଅନୁମୋଦନରେ ପୁଲିସ ବିଭାଗ କିମ୍ବା ଅନ୍ୟାନ୍ୟ ବିଭାଗ ଗୁଡ଼ିକରେ ନିଯୁକ୍ତି ବଦଳି ଆଦି ହେଉଥିବା ନେଇ ଯେହେତୁ ଆଲୋଚନା ହୁଏ, ସେହି ଅନୁଯାୟୀ ଝାରସୁଗୁଡ଼ା ପୁଲିସରେ ମନ୍ତ୍ରୀଙ୍କ ପ୍ରଭାବ ରହିଥିବା ଚର୍ଚ୍ଚା ହୋଉଛି। ତେବେ, ଗୋପାଳ କୌଣସି କାମରେ କେବେ‌ ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ କି ନାହିଁ, ସେ ସମ୍ପର୍କରେ କୌଣସି ଖବର ହସ୍ତଗତ ହୋଇନାହିଁ।

ମାନସିକ ଅବସ୍ଥା ଠିକ୍‌ ନଥିଲା, ଛୁଟି ମିଳୁନଥିଲା
ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ହେଉଛି ବ୍ରହ୍ମପୁର ଆଙ୍କୋଲି ଶିଳ୍ପାଞ୍ଚଳ ଛକ ପଞ୍ଚଶୀଳମାର୍ଗ। ଏଠାରେ ତାଙ୍କର ପତ୍ନୀ ଜୟନ୍ତୀ ଓ ପୁଅ-ଝିଅ ରହୁଛନ୍ତି। ଗୋପାଳଙ୍କ ପରିବାର, ମାନସିକ ଅବସ୍ଥା ଓ ଛୁଟି କଥା ଉଠାଇଛନ୍ତି। ପରିବାର ଲୋକଙ୍କ କହିବାନୁସାରେ, ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍‌ ନଥିଲା। ଏଥିପାଇଁ ୮/୯ବର୍ଷ ହେବ ସେ ଔଷଧ ଖାଉଥିଲେ। ତେବେ, ସେ କାହିଁକି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ କଲେ, ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି।

ଏଏସ୍‌ଆଇ ଗୋପାଳଙ୍କ ଗ୍ରାମ ଆଙ୍କୋଲି ଜଳେଶ୍ବରଖଣ୍ଡି ହୋଇଥିବା ବେଳେ ସେ ପଞ୍ଚଶୀଳମାର୍ଗରେ ଘର ତିଆରି କରିଛନ୍ତି। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ସେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ଗତ ୧୨ବର୍ଷ ତଳେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ସେ ଝାରସୁଗୁଡ଼ା ଅବସ୍ଥାପିତ ହୋଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଦାସଙ୍କ ଗୁଳିମାଡ଼ ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ସ୍ବାମୀ ଆଜି ସକାଳେ ଝିଅକୁ ‌ଭିଡ଼ିଓ କଲ୍‌ କରିଥିଲେ। ଜରୁରି ଫୋନ୍‌ ଆସୁଛି ବୋଲି କହି ଫୋନ୍‌ କାଟି ଦେଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କୌଣସି ଶତ୍ରୁତା ନଥିଲା କି ଏନେଇ ସେ ପୂର୍ବରୁ କିଛି ଆଲୋଚନା କରିନଥିଲେ। ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିଲା। ଗତ ପ୍ରାୟ ୮/୯ବର୍ଷ ହେଲା ଔଷଧ ସେବନ କରୁଥିଲେ। କାହାକୁ ମାଡ଼ପିଟ୍‌ କି ଗାଳିଗୁଲଜ କରୁ ନଥିଲେ। ଗତ ପ୍ରାୟ ୪/୫ମାସ ତଳେ ଘରକୁ ଆସିଥିଲେ ବୋଲି ପତ୍ନୀ ଜୟନ୍ତୀ କହିଛନ୍ତି।

ତାଙ୍କ ପୁଅ ମନୋଜ ଦାସ ବି ସମାନ କଥା କହିଛନ୍ତି। ସେ କହିଛନ୍ତି, ତାଙ୍କ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ରହୁ ନଥିଲା। ଏଥିପାଇଁ ସେ ଔଷଧ ନେଉଥିଲେ। ଲକ୍‌ଡାଉନ୍‌ ସମୟରେ କ୍ଲିନିକ୍‌ ବନ୍ଦ ହୋଇଯିବାରୁ ତାଙ୍କର ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଚିକିତ୍ସା ପାଇଁ ସେ ଛୁଟି ମାଗୁଥିଲେ। ହେଲେ, ତାଙ୍କର ଛୁଟି ସରି ଯାଇଥିବାରୁ ଛୁଟି ମିଳିପାରୁ ନଥିଲା। ଏପରିକି ସେ ନିଜେ ଯାଇ ବାପାଙ୍କ ଉପରିସ୍ଥ ଅଧିକାରୀଙ୍କ ସହିତ କଥା ହୋଇ ଛୁଟି ପାଇଁ ଅନୁରୋଧ କରିଥି‌ଲେ ବୋଲି ପୁଅ ମନୋଜ କହିଛନ୍ତି। ଆହୁରି ମଧ୍ୟ ଦଶହରା ସମୟରେ ତାଙ୍କ ବାପା ଅଧିକ ଚାପରେ ରହିଥିଲେ ବୋଲି ସେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।