ରାଜ୍ୟ

ସ୍ବତନ୍ତ୍ର ଟ୍ରେନ୍‌ ସେବା ଅବଧି ବୃଦ୍ଧି

ଭୁବନେଶ୍ବର : ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଭୁବନେଶ୍ୱର-ଧାନବାଦ୍ ନିତିଦିନ ଚଳାଚଳ କରୁଥିବା ସ୍ପେସାଲ ଏକ୍ସପ୍ରେସ(୦୨୮୩୨) ଅଗଷ୍ଟ ୩୧, ଧାନବାଦ୍-ଭୁବନେଶ୍ୱର ସ୍ପେସାଲ ଏକ୍ସପ୍ରେସ୍‌(୦୨୮୩୧) ସେପ୍ଟେମ୍ବର ପହିଲା, ପୁରୀ-ପାଟନା ସ୍ପେସାଲ ଟ୍ରେନ(୦୮୪୩୯) ପ୍ରତି ଶନିବାର ଅଗଷ୍ଟ ୨୬, ପାଟନା-ପୁରୀ ସ୍ପେସାଲ ଏକ୍ସପ୍ରେସ୍‌(୦୮୪୪୦) ଅଗଷ୍ଟ ୨୭ ପର୍ଯ୍ୟନ୍ତ ପ୍ରତି ରବିବାର ଚାଲିବ। ପାଟନା-ପୁରୀ ସ୍ପେସାଲ ଏକ୍ସପ୍ରେସ୍‌(୦୩୨୩୦) ପ୍ରତି ଗୁରୁବାର ଅଗଷ୍ଟ ୩୧ ଯାଏ ଚାଲିବାକୁ ଥିବା ବେଳେ ପୁରୀ-ପାଟନା ସ୍ପେସାଲ ଏକ୍ସପ୍ରେସ୍‌(୦୩୨୨୯) ପ୍ରତି ଶୁକ୍ରବାର ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱର-ତିରୁପତି ସ୍ପେସାଲ ଏକ୍ସପ୍ରେସ୍‌(୦୨୮୦୯) ପ୍ରତି ଶନିବାର ଜୁଲାଇ ୨୯, ତିରୁପତି-ଭୁବନେଶ୍ୱର ସ୍ପେସାଲ ଏକ୍ସପ୍ରେସ୍‌(୦୨୮୧୦) ପ୍ରତି ଶନିବାର ଜୁଲାଇ ୩୦ ପର୍ଯ୍ୟନ୍ତ ଚାଲିବ।

ବିଶାଖାପାଟଣା-ବନାରସ୍ ସ୍ପେସାଲ ଏକ୍ସପ୍ରେସ୍‌(୦୮୫୮୮) ପ୍ରତି ବୁଧବାର ଜୁଲାଇ ୧୨, ବନାରସ-ବିଶାଖାପାଟଣା ସ୍ପେସାଲ ଏକ୍ସପ୍ରେସ୍‌(୦୮୫୮୭) ଜୁଲାଇ ୧୩, ବିଶାଖାପାଟଣା-ସିକନ୍ଦରାବାଦ(୦୮୫୭୯) ପ୍ରତି ବୁଧବାର ଜୁଲାଇ ୨୬, ସିକନ୍ଦରାବାଦ-ବିଶାଖାପାଟଣା ସ୍ପେସାଲ(୦୮୫୮୦) ଜୁଲାଇ ୨୭ ପର୍ଯ୍ୟନ୍ତ ଚଳାଚଳ କରିବ। ବିଶାଖାପାଟଣା-ତିରୁପତି ସ୍ପେସାଲ ଏକ୍ସପ୍ରେସ୍‌(୦୮୫୮୩) ପ୍ରତି ସୋମବାର ଜୁଲାଇ ୩୧, ତିରୁପତି-ବିଶାଖାପାଟନମ ସ୍ପେସାଲ(୦୮୫୮୪) ଅଗଷ୍ଟ ପହିଲା, ବିଶାଖାପାଟଣା-ମେହବୁବ୍‌ନଗର ସ୍ପେସାଲ ଏକ୍ସପ୍ରେସ୍‌(୦୮୫୮୫) ପ୍ରତି ମଙ୍ଗଳବାର ଜୁଲାଇ ୨୫ ଓ ମେହବୁବ୍‌ନଗର-ବିଶାଖାପାଟଣା ସ୍ପେସାଲ୍‌(୦୮୫୮୬) ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବତନ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।