ମନୋରଞ୍ଜନ

ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର୍ ହେଲେ ସୋନୁ ସୁଦ, ଫଟୋ ସେୟାର୍ କରି କହିଲେ-ବହୁତ ଗର୍ବ ଅନୁଭବ କରୁଛି

ନୂଆଦିଲ୍ଲୀ ୦୩/୦୮ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର କରାଯାଇଛି। ସୋନୁ ନିଜେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି।

ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇ ସୋନୁ ଲେଖିଛନ୍ତି, ‘ଆଜି ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି ଯେ ଋଷରେ ଆୟୋଜିତ ହେବାକୁ ଥିବା ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ମୋତେ ମନୋନୀତ କରାଯାଇଛି। ମୋର ବିଶ୍ୱାସ ଯେ ଆମର ଖେଳାଳିମାନେ ମଧ୍ୟ ଆମକୁ ଗର୍ବିତ କରିବେ ଏବଂ ମୁଁ ସେମାନଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।’

ସୋନୁ ସୁଦଙ୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ବର୍ଷ ଋଷରେ ଆୟୋଜିତ ହେବାକୁ ଥିବା ୨୦୨୨ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳରେ ସେ ଭାରତର ଟିମ୍ ଅଂଶ ହେବେ। ସୋନୁଙ୍କ ପୋଷ୍ଟ ଭାଇରାଲ ହୋଇଛି। ତାଙ୍କ ପୋଷ୍ଟରେ କମେଣ୍ଟ୍‌ ଦେଇ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ଏବଂ ଫ୍ୟାନ୍ସମାନେ ମଧ୍ୟ ତାଙ୍କର ମହାନ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ