ମନୋରଞ୍ଜନ

ସ୍ପେନ୍‌ ଯିବ ‘ପଠାନ୍’

ଅନେକ ସମୟରେ ପ୍ରଯୋଜକ ଆଦିତ୍ୟ ଚୋପ୍ରା ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ମିଳିତ ଚିନ୍ତାଧାରାର ଚଳଚ୍ଚିତ୍ର ଦର୍ଶକଙ୍କୁ ଯାଦୁ ଦେଖାଇଛି। ଏବେ ପୁଣି ସେଇ ଯୋଡ଼ିଙ୍କ କମାଲ ଦର୍ଶକ ଦେଖିବେ। ଏବେ ଏ ଦୁହିଁଙ୍କ ମିଳିତ ପ୍ରଚେଷ୍ଟାରେ ନିର୍ମାଣ ହେଉଥିବା ବିଗ୍ ବଜେଟ୍‌ର ଚଳଚ୍ଚିତ୍ର ‘ପଠାନ୍’ର ସୁଟିଂ ୟୁନିଟ୍ ସ୍ପେନ୍ ଯିବାକୁ ପ୍ଲାନ୍ କରିଛନ୍ତି।

ପାହାଡ଼ ଛାତିରେ ଘୋଡ଼ା ଉପରେ ବସି ଏକ ଗୀତଦୃଶ୍ୟରେ ନୃତ୍ୟାଭିନୟ କରିବେ ଶାହରୁଖ୍ ଓ ଦୀପିକା। ଚାରିପାଖେ ପୁଣି ହୁ’ ହୁ’ ହୋ‌ଇ ନିଆଁ ଜଳୁଥିବ। ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି ସିନେମାର ଦୃଶ୍ୟାୟନ ସେଠାରେ ହୋଇନାହିଁ। ନିର୍ଦ୍ଦେଶକ ସିଦ୍ଧାର୍ଥ ପ୍ରଥମ କରି ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଉଦ୍ଦେଶ୍ୟ ହେଉଛି, ଗୀତଦୃଶ୍ୟଟିକୁ ଏମିତି ସୁଟ୍ କରାଯିବ ଯେ ତାହା ନଜରଙ୍କ ନଜରରେ ହିଟ୍ ହେବ। ସ୍ପେନ୍‌ରେ ହେବାକୁ ଥିବା ଏହି ସୁଟିଂ ପାଇଁ ସେଠାକାର ସରଙ୍କାରଙ୍କଠାରୁ ଅନୁମତି ନିଆ ସରିଛି। ଗୋଟେ ପାଗଳପଣର ପ୍ରେମକୁ କଳାତ୍ମକ ଓ ନାଟକୀୟ ଢଙ୍ଗରେ ଉପସ୍ଥାପିତ କରିବାର ପ୍ରୟାସ କରିଛନ୍ତି ସିଦ୍ଧାର୍ଥ। ‘ପଠାନ୍’ ଫିଲ୍ମଟିକୁ କେବଳ ଭାରତୀୟ ଦର୍ଶକ ନୁହେଁ, ବିଶ୍ବ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯୋଜନା ରଖିଛନ୍ତି ଆଦିତ୍ୟ ଓ ସିଦ୍ଧାର୍ଥ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ