ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ର ପଞ୍ଚଦଶତମ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହେବ। ଏଥିଲାଗି ଭୁବନେଶ୍ବରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ ରହିଛି। ଅଂଶଗ୍ରହଣକାରୀ ୧୬ ଦଳ ମଧ୍ୟ ନିଜ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି। ପ୍ରଥମ ଦିନ ‘ଏ’ ଓ ‘ଡି’ ପୁଲ୍ରେ ଥିବା ୮ ଦଳ ୪ ମ୍ୟାଚ୍ ଖେଳିବେ। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୧ଟାରେ ଅର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହା ପରେ ଅପରାହ୍ଣ ୩ଟାରେ ଏଠାରେ ଏହି ପୁଲ୍-ଏ’ର ଅନ୍ୟ ଏକ ମ୍ୟାଚ୍ରେ ମୁହାଁମୁହିଁ ହେବେ ବିଶ୍ବର ଏକ ନମ୍ବର ଅଷ୍ଟ୍ରେଲିଆ ଓ ଫ୍ରାନ୍ସ।
ଅପରାହ୍ଣ ୫ଟାରେ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଆୟୋଜନର ଗୌରବ ପାଇବ। ଏହି ମ୍ୟାଚ୍ରେ ମୁହାଁମୁହିଁ ହେବେ ପୁଲ୍-ଡି’ରେ ଥିବା ଇଂଲଣ୍ଡ ଓ ୱେଲ୍ସ। ଏହାପରେ ଏହି ପୁଲ୍ରେ ଥିବା ଘରୋଇ ଦଳ ଭାରତ ସନ୍ଧ୍ୟା ୭ଟାରେ ସ୍ପେନ୍ ସହ ଲଢ଼ିବ। ଶନିବାର ପୁଲ୍ ସି’ ଓ ବି’ର ୮ ଦଳ ୪ ମ୍ୟାଚ୍ ଖେଳିବେ। ରାଉରକେଲାରେ ଅପରାହ୍ଣ ୧ଟା ଓ ୩ଟାରେ ଯଥାକ୍ରମେ ନ୍ୟୁଜିଲାଣ୍ଡ-ଚିଲି ଏବଂ ନେଦରଲାଣ୍ଡ୍ସ-ମାଲେସିଆ ମୁହାଁମୁହିଁ ହେବେ। ଭୁବନେଶ୍ବରରେ ଅପରାହ୍ଣ ୫ଟା ଓ ସନ୍ଧ୍ୟା ୭ଟାରେ ଯଥାକ୍ରମେ ଲଢ଼ିବେ ବିଜେତା ବେଲ୍ଜିୟମ ଓ କୋରିଆ ଏବଂ ଜର୍ମାନି ଓ ଜାପାନ୍। ପୁଲ୍ ପର୍ଯ୍ୟାୟ ଶେଷ ହେବା ପରେ ୨୨ ତାରିଖରୁ ନକ୍ଆଉଟ୍ ପର୍ଯ୍ୟାୟ ଖେଳାଯିବ। ମେଗା ଫାଇନାଲ୍ ୨୯ ତାରିଖରେ ଆୟୋଜିତ ହେବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ 1