ଅପରାଧ ଦେଶ ବିଦେଶ

ସ୍ପେନରେ ମଙ୍କିପକ୍ସ ଆତଙ୍କ : ୪୮ ଘଣ୍ଟାରେ ଗଲା ଦୁଇ ଜୀବନ

ନୂଆଦିଲ୍ଲୀ, ୩୧/୦୭: ବିଶ୍ୱରେ ଦିନକୁ ଦିନ ମଙ୍କିପକ୍ସ ଆତଙ୍କ ବଢିବାରେ ଲାଗିଛି । ଶନିବାର ସ୍ପେନରେ ମଙ୍କିପକ୍ସରେ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସ୍ପେନରେ ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ମୃତ୍ୟୁ ମାମଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏନେଇ ସୂଚନା ଦିଆଯାଇଛି । ତେବେ ମନ୍ତ୍ରାଳୟ ପକ୍ଷରୁ ଅଧିକ ତଥ୍ୟ ଦିଆଯାଇ ନାହି । ପୂର୍ବରୁ ଏହି ଭାଇରସରେ ପ୍ରଥମ ମୃତ୍ୟୁ ମାମଲା ଶୁକ୍ରବାର ସାମ୍ନାକୁ ଆସିଥିଲା ।

୮୦ ଦେଶରେ ଆତଙ୍କ

ମେରୁ ଏବେସୁଦ୍ଧା ବିଶ୍ୱରେ ପ୍ରାୟ ୮୦ ଦେଶରେ ମଙ୍କିପକ୍ସ ଆତଙ୍କ ଖେଳାଇଛି । ୨୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଆଫ୍ରିକାରେ ଏଥିରେ ସର୍ବାଧିକ ୭୫ ଜଣ ପ୍ରାଣ ହରାଇଛନ୍ତି । ଅଧିକାଂଶ ନାଇଜେରିଆ ଓ କଙ୍ଗୋର ବ୍ୟକ୍ତି ଅଛନ୍ତି । ବ୍ରାଜିଲରେ ମଧ୍ୟ ମଙ୍କିପକ୍ସରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସ୍ପେନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର କହିଥିଲା ଯେ, ଦେଶରେ ଏବେସୁଦ୍ଧା ଏହି ଘାତକ ଭାଇରସରେ ୪୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୩୫୦୦ ଜଣ ପୁରୁଷ ରହିଛନ୍ତି । ଏମାନେ ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିଥିଲେ । ସଂକ୍ରମିତଙ୍କ ମଧ୍ୟରେ କେବଳ ୬୪ ମହିଳା ରହିଛନ୍ତି ।

ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ସଂକ୍ରମିତଙ୍କ ମଧ୍ୟରୁ ଏବେସୁଦ୍ଧା ୧୨୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏତତ୍ ବ୍ୟତୀତ ୟୁରୋପୀୟ ସଙ୍ଘ ସଂଯୁକ୍ତ ଟିକା କାର୍ଯ୍ୟକ୍ରମରେ ୫୩୦୦ ଡୋଜ୍ ପ୍ରଦାନ କରିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ