ଦେଶ ବିଦେଶ

ସ୍ପାଇସ୍‌ଜେଟ୍‌ ସର୍ବାଧିକ ବିଳମ୍ବ କରୁଥିବା ଏୟାରଲାଇନ୍‌

ନୂଆଦିଲ୍ଲୀ: ବିମାନରେ ଯାତ୍ରା କଲେ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିହେବ ବୋଲି ଲୋକମାନଙ୍କ ଧାରଣା ରହିଛି। ମାତ୍ର ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍‌ରେ ଯେଉଁ ଯାତ୍ରୀମାନେ ଟିକଟ କାଟିଥିଲେ ସେମାନଙ୍କ ଲାଗି ଏହି ଅନୁଭୂତି ଭିନ୍ନ ପ୍ରକାର ଥିଲା। ଗତ ମେ’ରେ କଂପାନିର ଅଧିକାଂଶ ବିମାନ ବିଳମ୍ବରେ ଉଡ଼ିଥିଲା। ମାତ୍ର ୬୧ ପ୍ରତିଶତ ବିମାନର ଉଡ଼ାଣ ଠିକ୍‌ ସମୟରେ ହୋଇଥିଲା।

ଗ୍ରୀଷ୍ଣ ଋତୁରେ ଲୋକମାନେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ଲାଗି ବିମାନ ଉପରେ ନିର୍ଭରଶୀଳ ଥିଲେ। ସେହି ସମୟରେ ସ୍ପାଇସ୍‌ଜେଟ୍ ଏହାର ଯାତ୍ରୀମାନଙ୍କୁ ବିଳମ୍ବ ଯନ୍ତ୍ରଣା ଦେଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତ ମେ’ରେ ଉଡ଼ାଣରେ ସମୟାନୁବର୍ତ୍ତିତା ବଜାୟ ରଖିବାରେ ସ୍ପାଇସ୍‌ଜେଟ୍ ବିଫଳ ହୋଇଥିଲା। ସମୟାନୁବର୍ତ୍ତିତା ରୢାଙ୍କ୍‌ରେ ଏୟାର ଇଣ୍ଡିଆ ମଧ୍ୟ ଭଲ ସ୍ଥିତିରେ ନାହିଁ। ସ୍ପାଇସ୍‌ଜେଟ୍ ଉପରକୁ ଏହା ପଞ୍ଚମ ସ୍ଥାନରେ ରହିଛି। ସମୟାନୁବର୍ତ୍ତିତାରେ ସର୍ବକନିଷ୍ଠ ଏୟାରଲାଇନ୍ ଆକାଶ ଏୟାର ଆଗରେ ରହିଛି। ତା’ ପଛକୁ ରହିଛନ୍ତି ଇଣ୍ଡିଗୋ, ଭିସ୍ତାରା, ଏୟାର ଏସିଆ ଓ ଏୟାର ଇଣ୍ଡିଆ। ଶେଷ ସ୍ଥାନରେ ରହିଛି ସ୍ପାଇସ୍‌ଜେଟ୍‌।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ