ଅପରାଧ ରାଜ୍ୟ

ସ୍ପଷ୍ଟ ଦିବାଲୋକରେ ଲୁଟ୍‌, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‌

ଉଦଳା ୧୭।୧୦ : ସ୍ପଷ୍ଟ ଦିବାଲୋକରେ ଲୁଟ୍‌ । ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‌ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସିର ୧ ନମ୍ବର ଓ୍ୱାର୍ଡରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ମଧ୍ୟାହ୍ନରେ ରୀନାରାଣୀ ସେଠୀ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମ୍ନା ରାସ୍ତାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ହଠାତ୍‌ ୩ଜଣ ଯୁବକ ବାଇକ୍‌ରେ ଆସି ଏକ ମୋବାଇଲ୍‌ ନମ୍ବର ବାବଦରେ ପଚାରିଥିଲେ । ରୀନାରାଣୀ କିଛି କହିବା ପୂର୍ବରୁ ଜଣେ ଦୁର୍ବୃତ୍ତ ତାଙ୍କ ବେକରେ ପିନ୍ଧିଥିବା ସୁନାଚେନ୍‌କୁ ଛିଣ୍ଡାଇ ଦେଇଥିଲେ । ଏହାପରେ ଏକ ବାଇକ୍‌ରେ ବସି ସେଠାରୁ ଚମ୍ପଟ ମାରିଥିଲେ ।

ସେପଟେ ଲୁଟ୍‌ ସଂପର୍କରେ ସୂଚନା ପାଇ ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଲୁଟ୍‌ରେ ୩ଜଣ ସାମିଲ ଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।