ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ପଷ୍ଟହେଲା ଗର୍ଜନପାହାଡ଼ର କଳାବାଘ: ଅଛନ୍ତି ଆହୁରି ଅନେକ ବିରଳ ବନ୍ୟପ୍ରାଣୀ

ସୁନ୍ଦରରଗଡ଼/ହେମଗିର: ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିର ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ କଳାବାଘ (ବ୍ଲାକ୍‌ ପାନ୍ଥର) ଠାବହୋଇଛି। ବନବିଭାଗର ଟ୍ରାପ୍‌ କ୍ୟାମେରାରେ ବାଘର ଫଟୋ ଓ ଭିଡିଓ କଏଦ ହୋଇଛି। ଗୁରୁବାର ସକାଳେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଏହି ସୂଚନାଦେଇ ଏହା ସୁନ୍ଦରଗଡ଼ ତଥା ରାଜ୍ୟ ବନବିଭାଗ ପାଇଁ ବଡ଼ ଉପଲବ୍ଧି ବୋଲି କହିଛନ୍ତି। ଜଙ୍ଗଲ ଓ ପାହାଡ଼ ସନ୍ନିକଟ ଗାଁର କିଛିଲୋ‌କ କଳାବାଘକୁ ଦେଖିଥିବା ଏକ୍ସକ୍ଲୁସିଭ୍‌ ଖବର ଗୁରୁବାର ‘ସମ୍ବାଦ’ରେ ପ୍ରକାଶ ପାଇବାପରେ ବନଖଣ୍ଡ ଅଧିକାରୀ ଶ୍ରୀ ମିରାସେ ବାଘର ଅବସ୍ଥିତି ସଂପର୍କରେ ସ୍ପଷ୍ଟ କରିଛନ୍ତି। ଏହାସହ ଗର୍ଜନପାହାଡ଼ ଓ ଧନୁବାଉଁଶ ଜଙ୍ଗଲରେ ଓଧଜାତୀୟ ରାତ୍ରିଚର, ଏସିଆ ଓ ଆଫ୍ରିକାର ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲରେ ଦେଖାଯାଉଥିବା ବିରଳ ବିରାଡ଼ି, କଲରାପତରିଆ ବାଘ, ନେଉଳ, ମୟୂର, ଭାଲୁ, ଝିଙ୍କ, ହରିଣ, ଠେକୁଆ, ଜଙ୍ଗଲି ବାର୍‌ହା, ବଣକୁକୁଡ଼ା, କଳାବିରାଡ଼ି, କୋକିଶିଆଳି ରହୁଥିବା ସେ ସୂଚନା ଦେଇଛନ୍ତି। ପାଖରେ ଥିବା କୋଇଲାଖଣିର ପ୍ରଭାବ ସତ୍ତ୍ବେ ଗର୍ଜନପାହାଡ଼ ବନ୍ୟଜନ୍ତୁଙ୍କ ପାଇଁ ସୁଖଦ ବାସସ୍ଥାନ ହୋଇ ରହିବା ବନବିଭାଗ ପାଇଁ ଭଲ ଖବର ବୋଲି ଶ୍ରୀ ମିରାସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବନାଞ୍ଚଳ ଗର୍ଜନପାହାଡ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରାରେ ଓଡ଼ିଶାର ପ୍ରଥମ କଳାବାଘ ନଜରକୁ ଆସିଥିଲା। ୨୦୨୦ରେ ସେହି କଳାବାଘ ୨ଟି ଛୁଆ ଜନ୍ମକରି ଜଙ୍ଗଲରେ ବୁଲୁଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ତାହା ସ୍ପଷ୍ଟ ହୋଇନଥିଲା। ୨୦୨୩ ନଭେମ୍ବର ଶେଷସପ୍ତାହରେ ଓଡ଼ିଶା ଜଙ୍ଗଲରେ ଗୋଟିଏ ମେଲାନିଷ୍ଟିକ ଟାଇଗର ବା କଳାବାଘ ଦେଖାଯାଇଥିବା ନେଇ ରାଜ୍ୟ ବନବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା। ପ୍ରମୁଖ ମୁଖ୍ୟ ବନସଂରକ୍ଷକ(ପିସିସିଏଫ୍‌) ସୁଶାନ୍ତ ନନ୍ଦ ନିଜ ଏକ୍ସ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ ତା’ର ଅବସ୍ଥିତି ବା ଠିକଣାକୁ ଗୋପନ ରଖିଥିଲେ। ଏବେ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ କଳାବାଘର ଉପସ୍ଥିତି ସାମ୍ନାକୁ ଆସିବା ପରେ ୨୦୧୮ର କଳାବାଘ କଥା ପୁଣି ଚର୍ଚ୍ଚାକୁ ଆସିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।