ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ନେହ ବାଣ୍ଟିଲେ ରାଷ୍ଟ୍ରପତି; ଶିମିଳିପାଳରେ ବୁଲିଲେ, ସୌନ୍ଦର୍ଯ୍ୟ ଉପଭୋଗ କଲେ

ବାରିପଦା : ତିନିଦିନିଆ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ ବୁଲିଛନ୍ତି। ଶାନ୍ତ ଓ ସ୍ନିଗ୍ଧ ପରିବେଶରେ କିଛି ସମୟ ବିତାଇବା ସହ ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜିକୁ ମନଭରି ଉପ‌ଭୋଗ
କରିଛନ୍ତି। ଏଥିସହିତ, ବିଭିନ୍ନ ସ୍ଥାନରେ ପ୍ରୋଟକଲ୍‌ ଭାଙ୍ଗି ଲୋକମାନଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ଏବଂ ସ୍ନେହ ବାଣ୍ଟିଛନ୍ତି।

ଜୟନ୍ତୀରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ

ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ୫୦ ମିନିଟ୍‌ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ସ୍ବତନ୍ତ୍ର ହେଲିକ୍ୟାପ୍‌ଟର୍‌ ଯୋଗେ ଉଡ଼ାଣ ଭରି ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ଯଶିପୁର ଛେଳିଗୋଧୂଳିସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ସେ ପ୍ରସ୍ତୁତ ଥିବା କାର୍‌କେଡ୍‌କୁ ନଯାଇ ପ୍ରୋଟକଲ୍‌ ଭାଙ୍ଗିଥି‌ଲେ ଏବଂ ହେଲିପ୍ୟାଡ୍‌ ଚାରିପାଖରେ ଅପେକ୍ଷାରତ ପ୍ରଶଂସକଙ୍କ ପାଖ‌କୁ ଯାଇଥିଲେ। ବ୍ୟାରିକେଡ୍‌ କଡ଼ରେ ଚାଲିଚାଲି ସମସ୍ତଙ୍କୁ ନମସ୍କାର କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।

ପରେ ସେ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ତୁଳସୀବଣି ଗେଟ୍‌ ଦେଇ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ କରିଥିଲେ। ରାଷ୍ଟ୍ରପତିଙ୍କ ସହ ତାଙ୍କ ମାମୁ ଝିଅ ଭଉଣୀ ଧାନମଣି ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ପୁଲିସ ଡିଜି ସୁନିଲ କୁମାର ବଂଶଲ, ଶିମିଳିପାଳ କ୍ଷେତ୍ର ନିର୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନାନୀ ଏବଂ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ୍‌ର ଉପନିର୍ଦ୍ଦେଶକ ସାଇ କିରଣ ଡିଏନ୍‌ ରହିଥିଲେ।

ରାଷ୍ଟ୍ରପତି ଚହଲାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ପ୍ରସ୍ତୁତ ଥିବା ଏକ ସ୍ବତନ୍ତ୍ର ସଫାରି ଯୋଗେ ସେ ବୁଲି ବାହାରିଥିଲେ। ଶାନ୍ତ ଓ ସ୍ନିଗ୍ଧ ପରିବେଶରେ କିଛି ସମୟ ବିତାଇଥିଲେ। ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜିକୁ ମନଭରି ଉପ‌ଭୋଗ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ବୁଲିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ କୌଣସି କାରଣ ପାଇଁ ସେ ସେଠାକୁ ଯାଇ ନଥିଲେ। ବୁଲାବୁଲି ସାରି ମହାମହିମ ସ୍ଥାନୀୟ ପର୍ଯ୍ୟଟନ ବଙ୍ଗଳାରେ ମଧ୍ୟାହ୍ନଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ ରାଷ୍ଟ୍ରପତି ଯଶିପୁର ଛେଳିଗୋଧୂଳିସ୍ଥିତ ହେଲିପ୍ୟାଡ୍‌କୁ ଫେରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ସେ ହେଲିକ୍ୟାପ୍‌ଟର ଯୋଗେ ବାରିପଦା ଅଭିମୁଖେ ବାହାରିଥିଲେ। ଅପରାହ୍ନ ୫ଟା ୧୫ ମିନିଟ୍‌ରେ ସେ ବାରିପଦା ତକତପୁରସ୍ଥିତ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ହେଲିକ୍ୟାପ୍‌ଟରରୁ ଓହ୍ଲାଇ ସ୍ବତନ୍ତ୍ର କାର୍‌ ଯୋଗେ ତକତପୁର ଭାୟା ପାଲବଣି ହୋଇ ଷ୍ଟେସନ୍‌ ବଜାରସ୍ଥିତ ସର୍କିଟ୍‌ ହାଉସ୍‌ରେ ପହଞ୍ଚିଥିଲେ। ସେଠାରେ ମହାମହିମ ରାତ୍ରିଯାପନ କରିବା ନେଇ ବ୍ୟବସ୍ଥା ହୋଇଛି।

ଉଲ୍ଲେଖଥାଉକି, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ୯ଟାରେ ବାରିପଦା ସର୍କିଟ୍‌ ହାଉସ୍‌ରୁ ସ୍ବତନ୍ତ୍ର କାର୍‌ ଯୋଗେ ବା‌ହାରି ତକତପୁର ଯିବେ। ସେଠାରେ ୧୦ଟା ବେଳେ ଆୟୋଜିତ‌ ହେବାକୁ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (ଏମ୍‌ଏସ୍‌ସିବିୟୁ)ର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ। ୧୨ଟା ୩୫ ମିନିଟ୍‌ ସମୟରେ ମହାମହିମ ରାଜଭବନ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।