ଅପରାଧ ରାଜ୍ୟ

ସ୍ନାନ ବେଳେ ଅଘଟଣ, ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ

ପୁରୀ ୧୨।୦୬ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ । ଲାଇଫ ଗାର୍ଡଙ୍କ ଦ୍ୱାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ରବିବାର ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଛନ୍ତି। ତେବେ ଏପର୍ଯ୍ୟନ୍ତ ନିଖୋଜ ହୋଇଥିବା ଉଜ୍ବଳଙ୍କ କୌଣସି ପତ୍ତା ମିଳିନାହିଁ। ଆଉ ଦିନକ ପରେ ସ୍ନାନ ଯାତ୍ରା ଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ବଡ଼ଦାଣ୍ଡ ଓ ବେଳାଭୂମିରେ। ତେଣୁ ସମୁଦ୍ରକୂଳରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ନଜର ଦେବା ପାଇଁ ଦାବି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।