ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସ୍ଥାୟୀ ସମାଧାନ ନ ହେବା ଯାଏଁ ବନ୍ଦ ରହିବ ମାର୍କେଟ ବିଲ୍ଡିଂ’

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂକୁ ନେଇ ବିବାଦ ଥମୁ ନାହିଁ। ସମାଧାନ ଆଶାରେ ବ୍ୟବସାୟୀ ସଂଘ ଚରମ ନିଷ୍ପତ୍ତି ନେଉନଥିବା ବେଳେ ବିଏମ୍‌ସି ବି ସମାଧାନ ପାଇଁ ତ୍ବରିତ ପଦକ୍ଷେପ ମଧ୍ୟ ନେଉ ନାହିଁ। ଦୀର୍ଘ ୮ ଦିନ ପରେ ଆଜଚି ବିଏମ୍‌ସି ମୁହଁ ଖୋଲିଥିଲେ ମଧ୍ୟ ବିବାଦ ସମାଧାନ ପାଇଁ କୌଣସି ଠୋସ୍‌ ପଦକ୍ଷେପ ‘ଯାଗା ଖୋଜା ଚାଲିଛି, ଉଠା ଦୋକାନୀମାନଙ୍କୁ ଥଇଥାନ କରାଯିବ’ ବୋଲି ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପଟେ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ କହିଛି ସ୍ଥାୟୀ ସମାଧାନ ବା ଉଠାଦୋକାନୀଙ୍କୁ ଏଠାରୁ ଉଠାଇ ‌‌ନେଇ ଅନ୍ୟତ୍ର ଥଇଥାନ ନ କରିବା ପର୍ଯ୍ୟନ୍ତ ମାର୍କେଟ୍‌ ବିଲ୍ଡିଂ ବନ୍ଦ ରହିବ। ଏଣୁ ମାର୍କେଟ୍‌ ବିଲ୍ଡିଂ ପୂର୍ବବତ୍‌ ବନ୍ଦ ରହିବା ଥୟ ହୋଇଛି। ଅନ୍ୟପଟେ ସୁର ଜେନାଙ୍କ ନେତୃତ୍ବରେ ଶହଶହ ଉଠାଦୋକାନୀ ଥଇଥାନ ଦାବିରେ ଆନ୍ଦୋଳନ କରିବା ସହ ୨୮ ତାରିଖରେ ବିଏମ୍‌ସି ଘେରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ବିଏମ୍‌ସି ଉଠାଦୋକାନୀଙ୍କୁ ଅନ୍ୟତ୍ର ଥଇଥାନ ନ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବିଏମସି ମୁହଁ ଖୋଲିବା ପରେ ଚରମ ନିଷ୍ପତ୍ତି ସ୍ଥଗିତ

ଉଠାଦୋକାନୀଙ୍କ ପାଇଁ ଯାଗା ଖୋଜା ଚାଲିଛି-ବିଏମ୍‌ସି

୮ ଦିନ ଧରି ମାର୍କେଟ୍‌ ବିଲ୍ଡିଂ ବନ୍ଦ ରହିଥିଲେ ମଧ୍ୟ ବିଏମ୍‌ସି ସମାଧାନ କରୁନାହିଁ। ଏଣୁ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ଭୁବନେଶ୍ବରରେ ଥିବା ସମସ୍ତ ବଡ଼ ବଡ଼ ବଜାର ବନ୍ଦ କରିବାକୁ ଚେତାବନୀ ଦେବା ସହ ସଂଘମାନଙ୍କ ସହ ଆଲୋଚନା ଆରମ୍ଭ କରିଥିଲା। କିନ୍ତୁ ଆଜି ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏ ନେଇ ସ୍ପଷ୍ଟୀକରଣ ରଖିଥିଲେ। ମେୟର ସୁଲୋଚନା ଦାସ କହିଛନ୍ତି ୨ରୁ ୩ ଦିନ ମଧ୍ୟରେ ସ୍ଥାନ ଚିହ୍ନଟ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ। ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନକୁ ମାର୍କେଟ ବିଲ୍ଡିଂର ରକ୍ଷଣବେକ୍ଷଣ ଦାୟିତ୍ବ ଦିଆଯିବ। ଯାହା ଫଳରେ ଆଗକୁ ବିବାଦ ହେବ ନାହିଁ। କମିସନର କହିଛନ୍ତି, ଯାଗା ଚିହ୍ନଟ ଚାଲିଛି, ଖୁବଶୀଘ୍ର ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରାଯିବା ସହ ବିବାଦର ସମାଧାନ କରାଯିବ। ଏହି ସ୍ପଷ୍ଟୀକରଣ ପରେ ସଂଘ ଚରମ ନିଷ୍ପତ୍ତି ନେବା ଯୋଜନାକୁ ସ୍ଥଗିତ ରଖିଛି। ଆଜି ମାର୍କେଟ୍‌ ବିଲ୍ଡିଂ ପରିସରରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଯୁଗ୍ମ ସମ୍ପାଦକ ରଞ୍ଜିତ ମହାନ୍ତି କହିଛନ୍ତି। ମାମଲାର ସମ୍ପୂର୍ଣ୍ଣ ସମାଧାନ ନହେବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ୮ ଦିନ ଭିତରେ ୧୭ କୋଟିରୁ ଊର୍ଦ୍ଧ୍ବ କ୍ଷତି ହୋଇଥିବା ସେ କହିଛନ୍ତି।

ଅନ୍ୟପଟେ ପୂର୍ବରୁ ବିଏମ୍‌ସି ଏଠାରେ ସର୍ଭେ କରି ପାଖାପାଖି ୮୦ ଜଣଙ୍କୁ ଷ୍ଟ୍ରିଟ୍‌ ଭେଣ୍ଡର ଭାବରେ ସ୍ବୀକୃତି ଦେଇଥିଲା। ଏବେ ଏହି ସଂଖ୍ୟା ୨ଶହରୁ ଅଧିକ ହେଲାଣି। ଏବେ କାହାକୁ ଥଇଥାନ କରିବ, କିଏ ବାଦ୍‌ ପଡ଼ିବେ ସେ ନେଇ ବିବାଦ ଛିଡ଼ା ହେଲାଣି। ଏହି ମାର୍କେଟ୍‌ ବ୍ୟତୀତ ଅନ୍ୟ ଯାଗାରେ ଯେଉଁମାନଙ୍କୁ ବିଏମ୍‌ସି ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ସେମାନେ ମଧ୍ୟ ପ୍ରତିଶ୍ରୁତି ପାଳନ କରିବାକୁ ଦାବି କଲେଣି। ଏଣୁ ଅଡ଼ୁଆ ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ସେପଟେ ଏତେ ସବୁ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ବିଏମସିର ଯାଗା ନାହିଁ ବୋଲି ଜଣାପଡ଼ିଛି। ଏଣୁ ଜିଏ ବିଭାଗ ସହ ବିଏମ୍‌ସି କଥା ହୋଇଥିବା କହିଛି। ତିନିଟି ଯାଗା ଚିହ୍ନଟ ହୋଇଛି। ଆଉ ଖୋଜା ଯାଉଛି। ଏକାଠି ୪ରୁ ୫ଟି ଜାଗା ଚିହ୍ନଟ ହେବା ପରେ ଜିଏ ଠାରୁ ସ୍ବୀକୃତି ନିଆଯିବ ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।