ଅପରାଧ ରାଜ୍ୟ

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି : ଲାଇସେନ୍ସ ରଦ୍ଧ ପାଇଁ ଲେଖାଯିବ ଚିଠି-ଡିସିପି

ଭୁବନେଶ୍ବର ୧୮।୦୫: ଭୁବନେଶ୍ୱର ସିଆରପି ଛକରେ ଏୟାର ଫାୟରିଂ ଘଟଣା । ସ୍ତ୍ରୀ ବନ୍ଧୁକରୁ ଗୁଳି ଫୁଟାଇଥିଲେ ସ୍ୱାମୀ । ଘଟଣାସ୍ଥଳରୁ ମିଳିଛି ଦୁଇଟି ଖୋକା । ଅଭିଯୁକ୍ତ ବିନୟଙ୍କ ସ୍ତ୍ରୀଙ୍କ ନାଁରେ ରହିଛି ବନ୍ଧୁକ ଲାଇସେନ୍ସ । ପୋଲିସ ଆଗରେ ସବୁ ସତ ମାନିଛନ୍ତି ଗିରଫ ବିନୟ ଆଚାର୍ଯ୍ୟ ।

ସେହିପରି ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ସିଆରପି ପାଖରେ ଏକ ଦୋକାନ ଆଗରେ ଗଣ୍ଡମୁଣ୍ଡା ଅଞ୍ଚଳରବିଭୁ ପ୍ରସାଦ ଜେନା ଛିଡ଼ା ହୋଇଥିଲା । ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଦୋକାନ ପାଖକୁ ଆସି ଗଣ୍ଡଗୋଳ କରିଥିଲା । ବିନୟ ଆସି ଗଣ୍ଡଗୋଳ କରିବା ସହ ବିଭୁ ଉପରକୁ ଗୁଳି ଚଳାଇଥିଲେ । ଥାନାରେ ବିଭୁ ଙ୍କ ଏତଲା ପରେ ବିନୟ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ । ଜେରା ବେଳେ ପୋଲିସ ଆଗରେ ସବୁ କଥା ମାନିଛି ଅଭିଯୁକ୍ତ ବିନୟ । ସବୁଠୁ ବଡ଼ କଥା ହେଲା ନିଜ ସ୍ତ୍ରୀର ବନ୍ଧୁକରେ ଗୁଳି ଚଳାଇ ଥିଲେ ବିନୟ । ଅଭିଯୁକ୍ତ ବିନୟର ସ୍ତ୍ରୀଙ୍କ ନାମରେ ବନ୍ଧୁକ ଲାଇସେନ୍ସ ରହିଛି । ଅଭିଯୁକ୍ତ ବିନୟର ପତ୍ନୀ ଜଣେ ଜାତୀୟ ସ୍ତରର ଶୁଟର । ସେ ରାଇଫଲ କ୍ଲବର ମେମ୍ବର ବୋଲି ଜଣା ପଡ଼ିଛି । ବିନୟ ଠାରୁ ଗୋଟିଏ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଆଗକୁ ବନ୍ଧୁକର ଲାଇସେନ୍ସ ରଦ୍ଧ କରିବାକୁ ପୋଲିସ କମିଶନରଙ୍କୁ ଚିଠି ଲେଖାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।