ଅପରାଧ ରାଜ୍ୟ

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ, ପ୍ରେମିକା କଥା ହେବାକୁ ମନାକରିବାରୁ ମାରିଲା ୩ ଶକ୍ତ ଚାପୁଡ଼ା, ଆଉ ତାପରେ…

ଭୁବନେଶ୍ୱର ୧୧।୦୫: ପ୍ରେମିକ ଚାପୁଡ଼ାରେ ପ୍ରେମିକା ବେହୋସ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ପୋଲିସ ପ୍ରେମିକ ସୁନୀଲ ସେଠୀଙ୍କୁ ଗିରଫ କରିଛି । ସୁନୀଲଙ୍କ ଘର କେନ୍ଦ୍ରାପଡ଼ା ନିକିରେଇ । ସେ ମଞ୍ଚେଶ୍ୱର ଚକେଇସିଆଣିରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ସୁନୀଲ ଚକେଇସିଆଣିରେ ରହି ଏକ ଘରୋଇ କଂପାନୀରେ କାମ କରୁଥିଲେ । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି । ସୋସିଆଲ ମିଡିଆରୁ ସୁନୀଲଙ୍କର ପ୍ରିୟଙ୍କା(ଛଦ୍ମନାମ, ୨୬ ବର୍ଷ) ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରିୟଙ୍କା ମଧ୍ୟ ଏକ ଘରୋଇ କଂପାନୀରେ କାମ କରୁଥିଲେ । ଗୁରୁଦ୍ୱାର ନିକଟରେ ଥିବା ଏକ ଲେଡିଜ ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିଲା ।

ତେବେ ସୁନୀଲ ବିବାହିତ ବୋଲି ଜାଣିବା ପରେ ପ୍ରିୟଙ୍କା ଆଉ ତାଙ୍କ ସହ ସଂପର୍କ ରଖି ନଥିଲେ । ବାରମ୍ବାର ସୁନୀଲ ଫୋନ୍‌ କଲେ ମଧ୍ୟ ପ୍ରିୟଙ୍କା ଉଠାଉ ନଥିଲେ । ମଙ୍ଗଳବାର ରାତିରେ ସୁନୀଲ ଲେଡିଜ ହଷ୍ଟେଲ ନିକଟରେ ପହଞ୍ଚି ପ୍ରିୟଙ୍କାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରିୟଙ୍କା ହଷ୍ଟେଲରୁ ବାହାରି ପ୍ରତିବାଦ କରିବାରୁ ସୁନୀଲ ତାଙ୍କୁ ୩ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ପ୍ରିୟଙ୍କା ବୋହୋସ ହୋଇ ପଡ଼ିଥିଲେ । ଆଖପାଖ ଲୋକେ ଉଠି ଆସିବାରୁ ସୁନୀଲ ସେଠାରୁ ପଳାଇଥିଲା ।

ସେପଟେ ଖବରପାଇ ଖାରବେଳନଗର ଥାନା ପୁଲିସପହଞ୍ଚି ପ୍ରିୟଙ୍କାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ରାତାରାତିପୁଲିସ ସୁନୀଲଙ୍କୁ ଉଠାଇ ଆଣିଥିଲା । ପରେ ପ୍ରିୟଙ୍କାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରିବା ସହ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।