ଅପରାଧ ରାଜ୍ୟ

ସ୍ତ୍ରୀଙ୍କୁ ହତ୍ୟା କଲେ ମଦ୍ୟପ ସ୍ଵାମୀ

ସମ୍ବଲପୁର: କ୍ଷେତରାଜପୁର ଥାନା ବେହେରାମୁଣ୍ଡାଠାରେ ମୁଣ୍ଡା ହୋଇଯାଇଥିବା ସିମେଣ୍ଟ ଛେଚି ସ୍ତ୍ରୀଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଛନ୍ତି। କ୍ଷେତରାଜପୁର ବେହେରାମୁଣ୍ଡାର ଜୟମତି ରଣା(୨୫)। ୯ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ପିଣ୍ଟୁ ମୁଣ୍ଡାଙ୍କୁ ବିବାହ କରିଥିଲେ। ପିଣ୍ଟୁ ମଦ ପିଇ ସବୁବେଳେ ତାଙ୍କୁ ଗାଳିଗୁଲଜ ଓ ମାରପିଟ୍ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ କ୍ଷେତରାଜପୁର ସ୍ଥିତ ତାଙ୍କ ମା’ ଘରକୁ ୧୫ ଦିନ ତଳେ ଚାଲିଆସିଥିଲେ।

ଗୁରୁବାର ବିଳମ୍ବିତ ରାତିରେ ଜୟମତି ଶୋଇଥିବା ବେଳେ ପିଣ୍ଟୁ ସିମେଣ୍ଟ କଚାଡ଼ି ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।