ଅପରାଧ ରାଜ୍ୟ

ସ୍ତ୍ରୀଙ୍କୁ କୋଦାଳରେ ହାଣି ଫେରାର ମାରୁଥିଲା ସ୍ବାମୀ; ଅଭିଯୁକ୍ତକୁ କାବୁ କଲେ ମହିଳାଙ୍କ ବାପଘର ଲୋକେ

ପାଟଣାଗଡ଼: କପାଆଟ (କପାଚାଷ ଜମି)ରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀଙ୍କୁ ନୃଶଂସ ଭାବେ ଆକ୍ରମଣ କରିଛି ସ୍ବାମୀ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଧିନ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବବିତା କଅଁର। ତେବେ ସ୍ତ୍ରୀଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରୁଥିବା ଅଭିଯୁକ୍ତ ସ୍ବାମୀକୁ ମହିଳାଙ୍କ ବାପଘର ଲୋକେ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଝରବାହାଲି ଗ୍ରାମର ରବି ନାଏକଙ୍କ ପତ୍ନୀ ବବିତା କଅଁର କିଛି ଦିନ ହେଲା ନିଜ ବାପ ଘରେ ଥିଲେ। ଆଜି ସକାଳୁ କପା ଲଗାଇବା ପାଇଁ ବାପଘର ଲୋକଙ୍କ ସହ ବବିତା କପାଆଟକୁ ଯାଇଥିଲେ। ବବିତାଙ୍କ ସ୍ବାମୀ ରବି ମଧ୍ୟ ସେଠାକୁ ଯାଇଥିଲେ। ସେଠାରେ ଉଭୟ ସ୍ବାମୀ ଓ ସ୍ତ୍ରୀ କଥା ହୋଇଥିଲେ। ଏହି ସମୟରେ ବବିତାଙ୍କୁ ରବି ଆଉ କେତେ ଦିନ ବାପ ଘରେ ରହିବୁ ବୋଲି କହିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରବି ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଉପରକୁ ସେଠାରେ ଥିବା ଏକ କୋଦାଳରେ ଆକ୍ରମଣ କରିଥିଲା। ଫଳରେ ବବିତା ଗୁରୁତର ହୋଇ ପଡ଼ିଥିଲେ।

ସ୍ତ୍ରୀଙ୍କୁ କୋଦାଳରେ ଆକ୍ରମଣ କରିବା ପରେ ପରେ ରବି ସେଠାରୁ ଫେରାର୍ ମାରୁଥିଲା। ଏହି ସମୟରେ ଫେରାର ରବିକୁ ପରିବାରବର୍ଗ ଓ ନିକଟରେ ଥିବା ଲୋକେ ଅନୁସରଣ କରୁଥିଲେ। ସେମାନେ ଗୋଡ଼େଇ ଗୋଡ଼ାଇ ରବିକୁ ଧରି ଟିକ୍ରାପଡା ଫାଣ୍ଡିରେ ଜିମା ଦେଇଥିଲେ। ବବିତାଙ୍କୁ ଗୁରୁତର ଅବସ୍ଥାରେ ଘରକୁ ଆଣିବା ପରେ ଏକ ଗାଡ଼ି ସାହାଯ୍ୟରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ବବିତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ରିପୋର୍ଟ ଲେଖାଯିବା ବେଳକୁ ସଇଁତଳା ଥାନାରୁ ପୁଲିସ ପାଟଣାଗଡ଼ ଅଭିମୁଖେ ଆସୁଥିବା ବେଳେ ଟିକ୍ରାପଡ଼ା ଫାଣ୍ଡିରେ ରବିକୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ଜଣାପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।