ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସ୍କୁଲ ଭିତରେ ଲହଡି ମାରୁଛି ପାଣି, ଗୋଟିଏ କୋଠରୀରେ ପାଠ ପଢୁଛନ୍ତି ତିନୋଟି ଶ୍ରେଣୀର ପିଲା

ପାଟଣାଗଡ଼ ୨୬।୦୭ : ସ୍କୁଲର ଉନ୍ନତି ପାଇଁ ସରକାର ଅନେତ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଠି ସ୍କୁଲ ଭିତରେ ଲହଡି ମାରୁଛି ପାଣି । ପାଟଣାଗଡ଼ ବ୍ଲକ ଘସିଏନ୍‌ ଗାଁର ପ୍ରାଥମିକ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ବିଦ୍ୟାଳୟ ପରିସରରେ ବର୍ଷା ପାଣି ଲହଡି ମାରୁଛି । ଯାହାଫଳରେ ସ୍କୁଲରେ ପାଠପଢା ଠପ ହୋଇଯାଇଛି । ଶ୍ରେଣୀ କୋଠରି ଭିତରେ ଆଣ୍ଠୁଏ ଲେଖାଏ ପାଣି ଜମା ହେବା ସହ ସ୍କୁଲ ପରିସର ଅପରିସ୍କାର ହେଉଛି ।

ଖବର ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୬୭ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଏପିରିକି ଗୋଟିଏ କୋଠରିରେ ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ କୋଠରିରେ ୪ରୁ ୫ମ ଶ୍ରେଣୀ ପାଠ ପଢାଯାଉଛି । ବିଦ୍ୟାଳୟର ସମସ୍ୟାକୁ ନେଇ ଅଭିଭାବକ ମାନେ ରାଜନେତା ଠାରୁ ସରକାରୀ ବାବୁମାନଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ ଆସୁଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି