ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର

କଟକ ୨।୧୨: ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେ ଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ । ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ସରକାର । ତେବେ ଆଇନ କାହିଁକି ନାହିଁ, ସେନେଇ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ।

ଆସନ୍ତା ସୋମବାର ମାମଲାର ପୁନଃ ଶୁଣାଣି କରିବା ପାଇଁ ବୁଧବାର ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ଯେଉଁ ମାମଲାର ଶୁଣାଣି ଚାଲିଛି, ତା ଉପରେ ରାଜ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ତେବେ ସରକାର ସେନେଇ ତଥ୍ୟ ଦେବାପରେ, ଆବେଦନକାରୀ ଏହା ଉପରେ ପ୍ରତି ଜବାବ ଦାଖଲ କରିବେ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ।

ସେପଟେ ସ୍କୁଲ-କଲେଜ ଆଦିରେ ସବୁ ପ୍ରକାରର ଫି’ ଛାଡ କରିବା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଛାତ୍ର ସଂଗଠନ ଏଆଇବିଏସଓ । ସଂଗଠନ ଅଭିଯୋଗ କରିଛି ଯେ, କୋଭିଡ୍ କାରଣରୁ ରାଜ୍ୟବାସୀ ରୋଜଗାର ହରାଇଛନ୍ତି । ଦେଶରେ ୨୦କୋଟି ଲୋକ ବେକାର ହୋଇଛନ୍ତି, ତେଣେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ହୋଇଥିବା ହେତୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନର ଫି’ ଛାଡ କରିବା ଲାଗି ପଦକ୍ଷେପ ନିଅନ୍ତୁ ବୋଲି ସଂଗଠନ ଦାବି କରିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି