ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ପିଲାଙ୍କୁ ସାପ ବିପଦ: ପରିତ୍ୟକ୍ତ ଇଟା, ପଥର ହଟାଅ

ଭୁବନେଶ୍ବର : ସାପ କାମୁଡ଼ାରେ କେନ୍ଦୁଝର ଜିଲ୍ଲାରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନେଇ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଥିବା ବେଳେ ଗଣଶିକ୍ଷା ବିଭାଗ ମଧ୍ୟ ସଜାଗ ହୋଇପଡ଼ିଛି।  ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୃଣମୂଳସ୍ତରର ଅଧିକାରୀମାନଙ୍କୁ କୁହାଯାଇଛି। ବିଦ୍ୟାଳୟ କ୍ୟାମ୍ପସକୁ ସଫା ରଖିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। କ୍ୟାମ୍ପସର କୌଣସି ପରିତ୍ୟକ୍ତ କିମ୍ବା ବ୍ୟବହାର ହେଉ ନ ଥିବା କୋଠରୀ ଏବଂ ଗଦା ହୋଇଥିବା ଇଟା, ପଥରକୁ ତୁରନ୍ତ ହଟାଇବାକୁ କୁହାଯାଇଛି। ଯଦ୍ବାରା କୌଣସି ହିଂସ୍ର ଜୀବଜନ୍ତୁ କିମ୍ବା ସରୀସୃପ ସେଠାରେ ରହି ପିଲାମାନଙ୍କ ପାଇଁ ବିପଦପୂର୍ଣ୍ଣ ହେବେ ନାହିଁ।

ସେହିପରି ବର୍ଷା ଦିନ ଚାଲିଥିବାରୁ କ୍ୟାମ୍ପସରେ ଥିବା ଆଲମିରା, ଥାକ ଆଲମିରା, କଳାପଟା, ସିଲିଙ୍ଗ୍‌ ଫ୍ୟାନ୍‌, କୁଲର, ପାଣି ଟାଙ୍କି ଆଦି ଯାହା ପଡ଼ିଯାଇ ପିଲାମାନଙ୍କ ଶାରୀରିକ କ୍ଷତି ହେବାର ସୁଯୋଗ ରହିଛି ସେଗୁଡ଼ିକୁ ଭଲ ଭାବେ କାନ୍ଥ ଓ ଛାତ ସହ ସଂଲଗ୍ନ କରନ୍ତୁ। କୌଣସି ସ୍ଥାନରେ ଖୋଲା ଇଲେକ୍ଟ୍ରି ତାର ରହିଥିଲେ ତାହାକୁ ସଙ୍ଗେ ସଙ୍ଗେ ବିଦ୍ୟାଳୟ ଦ୍ବାରା ମରାମତି କରାଯିବ। ପରୀକ୍ଷାଗାରର ରାସାୟନିକ ଦ୍ରବ୍ୟ କିମ୍ବା କୌଣସି ବିପଦପୂର୍ଣ୍ଣ ଜିନିଷକୁ ଏହାର ମାନ ତଥା ବ୍ୟବହାରିକ ନିର୍ଦ୍ଦେଶ ଅନୁଯାୟୀ ପିଲା ଓ ଶିକ୍ଷକଙ୍କର ସୁରକ୍ଷାକୁ ଧ୍ୟାନରେ ରଖି ବ୍ୟବହାର କରାଯିବ। ପିଲାଙ୍କ ସରୁକ୍ଷା ପାଇଁ ବିଦ୍ୟାଳୟକୁ ପ୍ରବେଶ କରିବା ସମୟରେ ଏବଂ ଛୁଟି ପରେ ପିଲା ବିଦ୍ୟାଳୟରୁ ବାହାରକୁ ଗ‌ଲା ବେଳେ ବିଦ୍ୟାଳୟ ବାହାରେ ରହିଥିବା ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ।

ପିଲାମାନଙ୍କ ପାଇଁ ପରିଭ୍ରମଣ ଯୋଜନା ସମୟରେ ବିପଦସଙ୍କୁଳ ପରିସ୍ଥିତି ଓ ଆଶଙ୍କାକୁ ଦୃଷ୍ଟିରେ ରଖି ପରିଭ୍ରମଣ ସ୍ଥାନ, ଯାତ୍ରା ପାଇଁ ଯତ୍ନର ସହ ଯୋଜନା କରିବେ। କୌଣସି ଜଳାଶୟ କିମ୍ବା ସରୁ ରାସ୍ତା ଦେଇ ପର୍ବତାରୋହଣ ସମୟରେ ବିଶେଷ ଭ‌ାବେ ପିଲାଙ୍କ ଯତ୍ନ ନିଆଯିବ। ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବାକୁ ବିଦ୍ୟାଳୟର ନିଜସ୍ବ କିମ୍ବା ଭଡ଼ାରେ ଚାଲୁଥିବା ବସ୍‌ କିମ୍ବା ଅନ୍ୟାନ୍ୟ କୌଣସି ବି ଗାଡ଼ିର ଉପଯୁକ୍ତ ଯତ୍ନ ନିଆଯିବ। ସମସ୍ତ ଗାଡ଼ିର ଡ୍ରାଇଭରମାନଙ୍କୁ ସୀମିତ ବେଗ, ବସ୍‌ ରହଣି ସ୍ଥାନ ଓ ବିପର୍ଯ୍ୟୟ ପରିଚାଳନା ଉପରେ ତାଲିମ ଦିଆଯିବ। ଫଳରେ ପିଲାମାନେ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ଆସିବେ ଏବଂ ଘରକୁ ଫେରିବେ। ବିଦ୍ୟାଳୟ ଅଧିକାରୀ ଅଗ୍ନି ନିର୍ବାପକ ଯନ୍ତ୍ର, ପ୍ରାଥମିକ ଚିକିତ୍ସା କିଟ୍‌ ଓ ଦଉଡି ଆଦି ନିୟମିତ କ୍ରୟ ଓ ଯତ୍ନ ନେବାର ବ୍ୟବସ୍ଥା କରିବେ। ଜରୁରୀକାଳୀନ ପରସ୍ଥିତି କିମ୍ବା ଅଗ୍ନିକାଣ୍ଡ ସମୟରେ ବିଦ୍ୟାଳୟରୁ ବାହାରକୁ ଯାଉଥିବା ରାସ୍ତାଗୁଡ଼ିକ ପ୍ରଶସ୍ତ ଓ ଖାଲି ରହିବ, ଯଦ୍ବାରା ସହଜରେ ଓ ସୁରକ୍ଷିତ ଭାବେ ପିଲାମାନଙ୍କୁ ବାହାକୁ ନିଆଯାଇପାରିବ। ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକ ନିୟମିତ ଭାବେ ଭର୍ତ୍ତି, ଅଗ୍ନି ନିର୍ବାପକ ସାମଗ୍ରୀଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଆଦି ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି