ଆଠଗଡ ୨।୭: ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ । ଏମିତି ଘଟଣା ଦେଖିବାକୁ ମିଳିଛି ନରସିଂହପୁର ଅନନ୍ତନାରାୟଣ ଉଚ୍ଚ ବିଦ୍ୟାଳୟରେ । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ିଲେ । ପାଣି ଗଳିବା ଯୋଗୁଁ ସ୍କୁଲର କମ୍ପ୍ୟୁଟର ସହ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଏହି ସ୍ମାର୍ଟ କ୍ଲାସରୁମ୍ ୪୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସୂଚନା ମିଳିଛି ।
ତେବେ ସାମାନ୍ୟ ବର୍ଷାରେ ସ୍କୁଲ ଛାତରୁ ପାଣି ଗଳି ସମସ୍ତ ଜିନିଷ ପତ୍ର ନଷ୍ଟ ହେବାକୁ ବସିଛି । ପିଲା ପାଠ ପଢିବା ପାଇଁ ତିଆରି ହୋଇଥିବା ଦୁଇଟି ସ୍ମାର୍ଟ କ୍ଲାସ୍ରୁମ୍ରୁ ଗୋଟିଏ ଇ-ଲାଇବ୍ରେରୀ ଓ ଅନ୍ୟଟି ବିଜ୍ଞାନ ରୁମ୍ କରାଯାଇଥିଲା । ହେଲେ ଏବେ ଏହି ରୁମ୍ରେ ହୋଇଥିବା ସିଲିଂ ତଳକୁ ଖସି ଭାଙ୍ଗି ଗଲାଣି । ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଏହିଭଳି ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

