ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ୍ ମିଶ୍ରଣ ଓ ୨ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଅବରୋଧ ସହ ବିଦ୍ୟାଳୟରେ ତାଲା

ଅନୁଗୋଳ ୧୫।୩: ଉପସ୍ଥାନ କମ୍ ଥିବା ଦର୍ଶାଇ ଆଠମଲ୍ଲିକ ବ୍ଲକ୍ କୃତ୍ତିବାସପୁର ଗ୍ରାମ ପଞ୍ଚାୟତର ଦାମବାହଳ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ତେନ୍ତୁଳିପଥର ବିଦ୍ୟାଳୟ ସହିତ ମିଶ୍ରଣ କରାଯିବା ସଙ୍ଗେ ସଙ୍ଗେ ଦୁଇ ଜଣ ଶିକ୍ଷକଙ୍କୁ ତେନ୍ତୁଳିପଥର ବିଦ୍ୟାଳୟକୁ ବଦଳି କରାଯାଇଛି । ଏହାର ପ୍ରତିବାଦ କରି ଦାମବାହଳ ଗ୍ରାମବାସୀ ଠାକୁରଗଡ଼-ନାକଚି ରାଜ୍ୟ ରାଜପଥ ଅବରୋଧ କରିବା ସହ ତେନ୍ତୁଳିପଥର ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ଖବର ପାଇ ଆଠମଲ୍ଲିକ ବ୍ଲକ୍ ଶିକ୍ଷା ଅଧିକାରୀ ଦାଶରଥୀ ଶୁଣ୍ଢି, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧବ ବେହେରା, ସ୍ଥାନୀୟ ସରପଞ୍ଚ ସିଧେଶ୍ବର ସାହୁ ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କଠାରୁ ଏକ ଦାବିପତ୍ର ଗ୍ରହଣ କରିଥଲେ ।

ଏ ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଦାମବାହଳ ଗ୍ରାମର ସଭାପତି ଦ୍ଵାରିକା ପ୍ରଧାନ, ସମ୍ପାଦକ ଅଶୋକ ପ୍ରଧାନ, ସନ୍ତୋଷ ପ୍ରଧାନ, ଦୁଃଶାସନ ଦେହୁରୀ, ଟୁନା ଦେହୁରୀ ପ୍ରମୁଖଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଥିଲା ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି