ଅପରାଧ ରାଜ୍ୟ

ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌, ଆକ୍ରମଣରେ ଝିଅ ଗୁରୁତର

ଉଦଳା, ୧୯/୦୬: ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଗୁଳି ଫୁଟାଇ ଲୁଟ । କପ୍ତିପଦା ଥାନା ବାଲେଶ୍ୱର ଗୋଲେଇ ନିକଟରେ ଏପରି ଘଟଣା ଘଟିଛି । ରାଜ୍ୟ ରାଜପଥରେ ଗୁଳି ଫୁଟାଇ ମହିଳାଙ୍କ ବେକରୁ ସୁନାଚେନ ଏବଂ ମୋବାଇଲ ଲୁଟିନେଇଛନ୍ତି ୨ ଦୁର୍ବୃତ୍ତ । ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳାଙ୍କ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀଙ୍କ ନାମ ପ୍ରାଚୀପ୍ରଭା ପଣ୍ଡା । ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍କୁଟିରେ ପ୍ରାଚୀପ୍ରଭା ଏବଂ ତାଙ୍କ ମା ପୁଷ୍ପିତା ପଣ୍ଡା ଯାଉଥିବା ବେଳେ ବନ୍ଧୁକ ଦେଖାଇ ଏବଂ ଗୁଳି ଫୁଟାଇ ଲୁଟିନେଇଛନ୍ତି । କପ୍ତିପଦା ପୋଲିସ ଲୁଟ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।