ଅପରାଧ ରାଜ୍ୟ

ସ୍କୁଟିକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ, ଚାଲିଗଲା ଆରୋହୀଙ୍କ ଜୀବନ

କାମାକ୍ଷାନଗର ୦୨।୦୫: ସ୍କୁଟିକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ । ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ । ଢ଼େଙ୍କାନାଳ ଜିଲ୍ଲା କମାକ୍ଷାନଗର ଥାନା ରେକୁଳା- ମହୁଲପାଳ ରାମିଆଳ ସେତୁରେ ଘଟିଛି ଏହି ଦୁର୍ଘଟଣା । ମୃତକ ମହୁଲପାଳ ଗାଁର ଧିରେନ ପଟ୍ଟନାୟକ ବୋଲି ଜଣାପଡିଛି। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ପୋଲସ ପହଞ୍ଚି ଘଟଣାସ୍ଥଳରେ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଖବର ଅନୁଯାୟୀ, ସ୍କୁଟି ଚାଳକ ଧିରେନ ପଟ୍ଟନାୟକ ହାଟରୁ ପରିବା କିଣି ମହୁଲପାଳ ସ୍ଥିତ ନିକ ଘରକୁ ଫେରୁଥିଲେ । ଠିକ୍‌ ଏହି ସମୟରେ ମହୁଲପାଳ ପଟୁ କମାକ୍ଷାନଗର ଆଡେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଯାହାଫଳରେ ସ୍କୁଟି ଅରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ପୋଲିସ ଟ୍ରକ୍ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।