ଖେଳ ଦେଶ ବିଦେଶ ରାଜ୍ୟ

ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦବୀରେ ରହିବେ ନା ନାହିଁ, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୫/୦୪ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଚିବ ଜୟ ଶାହ ଓ ସଂଯୁକ୍ତ ସଚିବ ଜୟେଷ ଜର୍ଜଙ୍କ ଭାଗ୍ୟଙ୍କ ସୁପ୍ରିମକୋର୍ଟ ନିର୍ଦ୍ଧାରିତ କରିପାରନ୍ତି। ଏହି ୩ ଜଣଙ୍କ ବିରୋଧରେ ବହୁ ଦିନ ହେଲା ଏକ ମାମଲା ବିଚାରାଧୀନ ରହିଛି। ତେବେ ଏହି ୩ଜଣ ନିଜ ନିଜ ପଦବୀରେ ରହିବେ ନା ନାହିଁ ତାହା ସୁପ୍ରିମକୋର୍ଟ ନିର୍ଣ୍ଣୟ ନେବେ। ୨୦୧୯ ଅଗଷ୍ଟରେ ସୁପ୍ରିମକୋର୍ଟ ଦ୍ୱାରା ବିସିସିଆଇର ସମ୍ବିଧାନ ପାରିତ କରାଯାଇଥିଲା। ଏହାପରେ ଏହି ୩ ଜଣ କୁଲିଙ୍ଗ୍ ଅଫ୍ ପିରିୟଡ଼ରେ ଅଛନ୍ତି। ନିୟମ ଅନୁଯାୟୀ, ବିସିସିଆଇର ସମସ୍ତ କ୍ରିକେଟ ପ୍ରଶାସକଙ୍କୁ ୩ ବର୍ଷ ଭିତରେ ନିଜ ପଦବୀ ଛାଡିବାକୁ ହେବ। ଏମାନଙ୍କ କାର୍ଯ୍ୟକାଳ ୨୦୨୦ ମଧ୍ୟଭାଗରେ ସମାପ୍ତ ହୋଇଯାଇଛି।

ନ୍ୟାୟାଧୀଶ ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଦୁଇଜଣ ବିଚାରପତି ଗୁରୁବାର ଦିନ ଏହି ପ୍ରସଙ୍ଗରେ ଶୁଣାଣି କରିବେ। ଆଉଟଲୁକରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜଷ୍ଟିସ ନାଗେଶ୍ୱର ରାଓ ଓ ଜଷ୍ଟିସ ବିନୀତ ଶରନ ଏହି ମାମଲାକୁ ଏକ ମହତ୍ତ୍ୱପୂର୍ଣ୍ଣ ମାମଲା କହିଛନ୍ତି। କୋଭିଡ୍ ପ୍ରତିବନ୍ଧ ସତ୍ତ୍ୱେ ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ।

ଜଷ୍ଟିସ ରାଓ ବିସିସିଆଇର ଏହି ମାମଲାର ଶୁଣାଣି କରିବାକୁ ବହୁତ ଇଛୁକ। ଏହା ପୂର୍ବରୁ ୨୦୧୪ରେ ସେ ସଟ୍ଟାବାଜି ଓ ମ୍ୟାଚ ଫିକ୍ସିଙ୍ଗ ମାମଲାର ଯାଞ୍ଚ କରିଥିଲେ। ଚଳିତ ବର୍ଷ ଫେବୃଆରୀରେ ସଲିସିଟର୍ ଜେନେରାଲ୍ ଅଫ୍ ଇଣ୍ଡିଆ ତୁଷାର ମେହତା, ଦି ବିସିସିଆଇ କାଉନ୍ସିଲକୁ ଏହି ମାମଲାକୁ ଆଗକୁ ନେଇଥିବାରୁ ଗାଳି କରିଥିଲେ। ଜଷ୍ଟିସ ରାଓ କହିଥିଲେ ଯେ ସେ ଏହିଭଳି ମାମଲା ସ୍ଥଗିତ ରଖିପାରିବେ ନାହିଁ। ମାମଲାକୁ ପୂର୍ବରୁ ମଧ୍ୟ ୬ଥର ସ୍ଥଗିତ କରାଯାଇଛି, ଆଉ ସ୍ଥଗିତ କରାଯିବନି, ଆମେ ଏଭଳି କରିପାରିବୁନି…ମାର୍ଚ୍ଚ ୨୩କୁ ତାରିଖ ଘୋଷଣା ହୋଇଥିଲା କିନ୍ତୁ ୨୩ରେ ଶୁଣାଣି ହୋଇନଥିଲା। କାରଣ ୨୩ ତାରିଖରେ ଜଷ୍ଟିସ ରାଓକୁ ମରାଠା ରିଜର୍ଭେସନ କେସର ଶୁଣାଣିରେ ବ୍ୟସ୍ତ ଥିଲେ ବୋଲି ସେ କହିଛନ୍ତି।

ବିସିସିଆଇ ଚାହୁଁଚି ଯେ ସୌରଭ ଗାଙ୍ଗୁଲି, ଜୟେଷ ଜର୍ଜ ଓ ଜୟ ଶାହ ବିନା କୁଲିଙ୍ଗ୍ ଅଫ୍ ପିରିୟଡ଼ରେ ନିଜ କାମ କରନ୍ତୁ। ବେଞ୍ଚ ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ସଚିବ ୟୁଦ୍ଧବୀର ସିଂହଙ୍କ ଆବେଦନ ମଧ୍ୟ ସ୍ୱୀକାର କରିଛି। ସମ୍ବିଧାନ କୌଣସି ସରକାରୀ ଅଧିକାରୀଙ୍କୁ ବିସିସିଆଇ କିମ୍ବା ଷ୍ଟେଟ୍ ଆସୋସିଏସନରେ ସାମିଲ ହେବାକୁ ଅନୁମତି ଦେଇନଥାଏ। ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସେ ନିଜ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ