ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଆଞ୍ଜିଓପ୍ଲାଷ୍ଟି କରିଥିବା ଡାକ୍ତର କହିଲେ- କ୍ରିଟିକାଲ୍‌ ଥିଲା ବ୍ଲକେଜ୍‌

କୋଲକାତା ୦୨/୦୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ସେ ହୋସ୍‌ରେ ଅଛନ୍ତି। ଏନେଇ ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଫତାବ ଖାନ କହିଛନ୍ତି। ଆଞ୍ଜିଓପ୍ଲାଷ୍ଟି ପରେ ଦାଦା ସୁସ୍ଥ ଅଛନ୍ତି। ଏନେଇ ସେ ଭଗବାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଶନିବାର ସକାଳେ ନିଜ ଘରେ ଜିମ୍‌ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଗାଙ୍ଗୁଲି। ହୃଦ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କର ସମ୍ପର୍କୀୟ କୋଲକାତା ଉଡଲାଣ୍ଡ ହସ୍ପିଟାଲକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତାଙ୍କର ହୃଦୟରେ ଧମନୀ ବ୍ଲକ୍‌ ହୋଇଥିଲା। ଯାହାକୁ ଚିକତ୍ସା ପରେ ଠିକ୍‌ କରାଯାଇଛି। ଏବେ ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ମଧ୍ୟ ଆଇସିସି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ତାଙ୍କ ହାର୍ଟରେ ଦୁଇଟି ବ୍ଲକେଜ୍‌ ଥିଲା। ଏହି ବ୍ଲକେଜ୍‌ କ୍ରିଟିକାଲ ଥିଲା ବୋଲି ହସ୍ପିଟାଲ ସିଇଓ ରୁପାଲୀ ବାସୁ କହିଛନ୍ତି। କିନ୍ତୁ ଏବେ ସେ ଠିକ୍‌ ଅଛନ୍ତି। ତାଙ୍କର ସ୍ବାସ୍ଥବସ୍ଥା ଉପରେ ୨୪ ଘଣ୍ଟା ନଜର ରଖାଯିବ ବୋଲି ମଧ୍ୟ ଡାକ୍ତର କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ