ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ୍ ମିଡିଆରେ ନୋରାଙ୍କ ନୂଆ ଗେଟ୍‌ଅପ୍, ୟୁଜର୍ କହିଲେ-ପରୀ ପରି ଲାଗୁଛ

ନୂଆଦିଲ୍ଲୀ ୩୦/୦୯: ବଲିଉଡର ସର୍ବୋତ୍ତମ ନୃତ୍ୟଶିଳ୍ପୀ ନୋରା ଏବେ ଚର୍ଚ୍ଚାରେ। ଏଥର କିନ୍ତୁ ତାଙ୍କ ଡ୍ୟାନ୍ସ ପାଇଁ ନୁହେଁ ବରଂ ତାଙ୍କ ଡ୍ରେସ୍‌କୁ ନେଇ । ନିକଟରେ, ନୋରା ଏକ ଫ୍ୟାଶନ ସୋ’ରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ ଦେଖିବା ପରେ ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲା। ଅବୁ ଜାନି ଏବଂ ସନ୍ଦୀପ ଖୋସଲାଙ୍କ ଡିପ୍ ନେକ୍ ହ୍ୱାଇଟ୍ ଥାଇ ସ୍ଲିଟ୍ ଆଉଟ୍‌ଫିଟରେ ନୋରାଙ୍କ ଏପରି ଅବତାର ସାମ୍ନାକୁ ଆସିଥିଲା।

ନୋରାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହା ପ୍ରଥମ ଥର ନୁହେଁ ଯେ ନୋରା ତାଙ୍କ ଡ୍ରେସିଂ ସେନ୍ସ ଯୋଗୁଁ ସମ୍ବାଦରେ ଅଛନ୍ତି। କିଛି ଦିନ ପୂର୍ବରୁ ସେ ମୁମ୍ବାଇ ରାସ୍ତାରେ ଏକ ହ୍ୱାଇଟ୍ ବଡିକୋନ୍ ଡ୍ରେସରେ ନଜର ଆସିଥିଲେ। ନୋରାଙ୍କ ଏହି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଯାଇଥିଲା।

ନୋରା ଆଜିକାଲି ଆଉଟଫିଟ୍ ମାମଲାରେ ବୋଲ୍ଡ ଚଏସ୍ ଗ୍ରହଣ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ନୋରାଙ୍କୁ ଶେଷ ଥର ପାଇଁ ଫିଲ୍ମ ଭୁଜ୍ ଦି ପ୍ରାଇଡ୍ ଅଫ୍ ଇଣ୍ଡିଆରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଜଣେ ଗୁପ୍ତଚର ଭୂମିକାରେ ତାଙ୍କର କାର୍ଯ୍ୟକୁ ଖୁବ୍ ପ୍ରଶଂସା କରାଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ