ରାଜ୍ୟ ସ୍ପେଶାଲ ରିପୋର୍ଟ

ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ: ପ୍ରକଳ୍ପ ଗୋଟିଏ କିନ୍ତୁ କାମ ହୋଇଛି ଦୁଇଟି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଗାଁ : ନୂଆଗାଁ ବ୍ଲକ୍‌ ସିକ୍ରୀଡା ପଞ୍ଚାୟତ ଗୌଡଚାଞ୍ଚରାପଲ୍ଲୀ ଗ୍ରାମରେ ବର୍ଷ ବର୍ଷଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟା ବର୍ତ୍ତମାନ ଦୂର ହେଉଥିବା ବେଳେ ଏଠାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପକୁ ନେଇ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ବିଧାୟକ ପାଣ୍ଠିରୁ ସୋଲାର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଅନୁଦାନ ଆସିଥିବା ବେଳେ ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଜଣ ଠିକାଦାର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ପ୍ରକଳ୍ପ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ହେଲେ ଏଥିରୁ ଗୋଟିଏ ପ୍ରକଳ୍ପ ବିଭାଗୀୟ ଯନ୍ତ୍ରୀଙ୍କ ଜାଣତରେ ହୋଇଥିବା ବେଳେ ଆଉ ଗୋଟିଏ ସେମାନଙ୍କ ଅଜାଣତରେ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସିକ୍ରୀଡା ପଞ୍ଚାୟତର ଗୌଡଚାଞ୍ଚରାପଲ୍ଲୀ ଗ୍ରାମରେ ପାନୀୟ ଜଳ ଯୋଗାଣକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯଦିଓ ଗ୍ରାମରେ ୩ ଟି ନଳକୂପ ରହିଛି କିନ୍ତୁ ଖରାଦିନେ ସଠିକ୍ ଭାବେ ପାଣି ମିଳିପାରେ ନାହିଁ। ଫଳରେ ଖରାଦିନେ ୩ ମାସ ଧରି ପଞ୍ଚାୟତ ତରଫରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ପଡ଼ିଥାଏ। ତେବେ ଏହି ଗ୍ରାମରେ ପାନୀୟ ଜଳ ଯୋଗାଣ ନିମନ୍ତେ ୭ ବର୍ଷ ପୂର୍ବରୁ ୩ ଲକ୍ଷ ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟରେ ଲାଗିପାରୁନଥିଲା। ନିର୍ବାଚନ ପରେ ସ୍ଥାନୀୟ ସରପଞ୍ଚଙ୍କ ତତ୍ତ୍ବାବଧାନରେ ଗ୍ରାମରେ ଏକ ବୋରୱେଲ ଖୋଳାଯାଇ ପାନୀୟ ଜଳ ଯୋଗାଇ ଦିଆଗଲା। ଏଥି ସହିତ ଏହି ଗ୍ରାମରେ ସୋଲାର ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ବିଧାୟକ ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଅନୁଦାନ ଆସିଥିଲା। ଏହା ଜାଣିପାରି ଜଣେ ଠିକାଦାର ୩ ମାସ ତଳେ ଗ୍ରାମ ମଝିରେ ଏକ ସୋଲାର ପ୍ରକଳ୍ପ କାର୍ଯ୍ୟ କରିଦେଇ ଚାଲିଗଲେ। ଏହାର ମାସକ ପରେ ଆଉ ଜଣେ ଠିକାଦାର ଏହି କାର୍ଯ୍ୟକୁ କରିବା ପାଇଁ ସିକ୍ରୀଡା ସରପଞ୍ଚଙ୍କୁ ଭେଟି କାର୍ଯ୍ୟର ନିର୍ଦ୍ଦେଶନାମା ଦେଖାଇଥିଲେ। କିନ୍ତୁ କାର୍ଯ୍ୟ ହୋଇସାରିଥିବା ନେଇ ସରପଞ୍ଚ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପ୍ରକଳ୍ପର କାମ ହୋଇନଥିବା ସେ କହିଥିଲେ। ଯଦି କେହି ଏହି କାର୍ଯ୍ୟ କରିଛନ୍ତି ତାହା ବିଭାଗୀୟ ଅଧିକାରୀଙ୍କ ଅଜାଣତରେ କାର୍ଯ୍ୟ ହୋଇଥିବା ସେ କହିଥଲେ। ଏହା ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୁଣି ଥରେ ଏହି ପ୍ରକଳ୍ପର କାର୍ଯ୍ୟ ହୋଇଥିଲା।

ତେବେ ପ୍ରକଳ୍ପ ନିମନ୍ତେ ଧାର୍ଯ୍ୟ ହୋଇଥିବା ଅଟକଳ ମୂଲ୍ୟ ଏବଂ କେଉଁ କେଉଁ କାର୍ଯ୍ୟ ହେବ ସେ ବିଷୟରେ କିଭଳି ଜଣେ ଠିକାଦାର ଜାଣି ପାରିଲେ ଓ ବିଭାଗୀୟ ଅଧିକାରୀଙ୍କ ଅଜାଣତରେ କାର୍ଯ୍ୟ କରିପାରିଲେ ସେନେଇ ପ୍ରଶ୍ନ ଉଠୁଛି। ଏ ନେଇ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଏ ବିଷୟରେ ପୂର୍ବରୁ ସେ ଜାଣିଛନ୍ତି। ପ୍ରଥମେ କାର୍ଯ୍ୟ ହୋଇଥିବା ପ୍ରକଳ୍ପ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ବେଳେ ଦ୍ବିତୀୟ କାର୍ଯ୍ୟ ତାଙ୍କ ଜାଣତରେ ହୋଇଥିବା ସେ କହିଛନ୍ତି। ଯେଉଁ ଠିକାଦାର ନିଜ ମନଇଚ୍ଛା କାର୍ଯ୍ୟ କରିଛନ୍ତି ତାଙ୍କୁ କୌଣସି ଅନୁଦାନ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।