ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସୋରିଷ ତେଲରେ ମିଶାଇ କେଶରେ ଲଗାନ୍ତୁ ଏହି ଜିନିଷ, ମିଳିବ ଅନେକ ଫାଇଦା

ଭୁବନେଶ୍ୱର ୧୮/୦୩: କେଶର ଭଲ ଯତ୍ନ ନେବା ପାଇଁ, ପାର୍ଲରକୁ ଯାଇ ଟ୍ରିଟମେଣ୍ଟ କରିବା କୌଣସି ଆବଶ୍ୟକତା ନାହିଁ, ଆପଣ ଘରେ ରହି ମଧ୍ୟ କିଛି ହରବାଲ୍ ପଦ୍ଧତି ଗ୍ରହଣ କରି କେଶର ଯତ୍ନ ନେଇପାରିବେ। ଏହି ହର୍ବାଲ ପଦ୍ଧତି ହେଉଛି ସୋରିଷ ହର୍ବାଲ ତେଲ । ତେବେ ଚାଲନ୍ତୁ ଜାଣିବା ,ଏହାର ପ୍ରସ୍ତୁତି ଏବଂ କେଶରେ ଲଗାଇବା ପାଇଁ ସଠିକ୍ ଉପାୟ…

ସାମଗ୍ରୀ :

୧ଲିଟର ସୋରିଷ ତେଲ

୧କପ୍ ମେଥି ଦାନା

ସୋରିଷ ତେଲ କେଶକୁ ଭିଟାମିନ୍ ଏବଂ ଆଇରନ୍ ଯୋଗାଇଥାଏ । ମେଥିରେ ପ୍ରୋଟିନ୍, ଫସଫରସ୍ ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ରହିଥାଏ । ଏହି ଦୁଇଟି ଜିନିଷ କେଶକୁ ପୋଷଣ ଦେଇ ତାକୁ ବଢାଇବାରେ ସାହାଯ୍ୟ କରିଥାଏ । ପ୍ରୋଟିନ୍ କେଶ ମୂଳକୁ ମଜବୁତ କରି ଚମକକୁ ବଢାଇଥାଏ । ମେଥିରେ ଥିବା ନିକୋଟିନିକ୍ ଏସିଡ୍ ତ୍ୱଚାକୁ ସଫା କରିବା ସହିତ ମଶ୍ଚୁରାଇଜ୍ କରିବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତି ପ୍ରଣାଳୀ :

ସୋରିଷ ହର୍ବାଲ ତେଲ ତିଆରି କରିବା ପାଇଁ, ରାତିରେ ଏକ ପାତ୍ରରେ ସୋରିଷ ତେଲରେ ମେଥି ପକାଇ ରଖନ୍ତୁ । ପରଦିନ, ଏହି ତେଲକୁ କମ୍ ଉତ୍ତାପରେ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ । ଯେତେବେଳେ ମେଥି କଳା ହେବ ସେତେବେଳେ ଉତ୍ତାପକୁ ବନ୍ଦ କରି ତେଲକୁ ଥଣ୍ଡା କରନ୍ତୁ । ଥଣ୍ଡାହେବା ପରେ ଏହି ତେଲକୁ ଛାଣି ଏକ ପାତ୍ରରେ ଭର୍ତ୍ତି କରି ରଖନ୍ତୁ । ଏହା କେଶ ଝଡିବା, ରୂପି ହେବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ।


କିପରି କରିବେ ବ୍ୟବହାର :

ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ କେଶ ମୂଳରେ ମାଲିସ୍ କରି ବାନ୍ଧି ଦିଅନ୍ତୁ । ସକାଳେ କେଶକୁ ଭଲଭାବରେ ସାମ୍ପୁ କରି ଧୋଇଦିଅନ୍ତୁ । ଭଲ ଫଳାଫଳ ପାଇଁ ସପ୍ତାହରେ ୩ ଥର ଏହି ତେଲକୁ ବ୍ୟବହାର କରନ୍ତୁ । ଏହି ତେଲର ନିୟମିତ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଶୀଘ୍ର ମଜବୁତ ଏବଂ ଘନ ହୋଇଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ