ରାଜ୍ୟ

ସୋରଡ଼ାରେ ବାଇକ୍-ସ୍କୁଟି ଧକ୍କା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରୀପାଟଣା ନିକଟରେ ଏକ ସ୍କୁଟି ଓ  ବାଇକ୍‌ ମଧ୍ୟରେ ଧକ୍କା ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତକାଲି ରାତି ୧୧ଟା ୨୦ ମିନିଟରେ ଏଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ସ୍କୁଟିକୁ ବାଇକ୍ ଧକ୍କା ଦେବାରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ପରେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ମୃତକମାନେ ହେଲେ ଅସୁରବନ୍ଧର ଶ୍ରୀକାନ୍ତ ଗୌଡ଼, ଦୁଲାଡର ମନୋଜ ଡାକୁଆ, ଗୋପାଳପୁରଶାସନର ମହେନ୍ଦ୍ର ନାୟକ, ସୋରଡ଼ାର ଜୟନ୍ତ ବାତତ୍ୟା ଓ ସାନସୋରଡ଼ାର ରଜନୀ ଗୌଡ଼।

ମୃତକଙ୍କ ମଧ୍ୟରେ ୨ ଜଣ ଵିଦ୍ୟୁତ୍ ଵିଭାଗ କର୍ମଚାରୀ ଅଛନ୍ତି। ସେହିପରି ଓ ଦୁଲାଡର ପୂର୍ଣ ଗୌଡ଼ଙ୍କୁ ସୋରଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଵଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୩ ଜଣ ବିଦ୍ୟୁତ୍ କର୍ମଚାରୀ ସ୍କୁଟିରେ ସୋରଡ଼ା-ଗାଜଲବାଡି ରାସ୍ତାରେ ଯାଉଥିବା ଵେଳେ ଅନ୍ୟ ୩ ଜଣଙ୍କ ବାଇକ୍ ବିପରୀତ ପଟୁ ସେମାନଙ୍କୁ ଧକ୍କା ଦେଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଓ ବାଇକରେ ଵସିଥିବା ଜଣେ ଆରୋହୀ ପ୍ରାଣ ହରାଇଥିଲେ। ସୋରଡା ଥାନାଧିକାରୀ ଅନୀଲ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।