ରାଜ୍ୟ ସ୍ପେଶାଲ ରିପୋର୍ଟ

ସୋମବାର ବସିବ ସର୍ବଦଳୀୟ ବୈଠକ, ପଦ୍ମପୁର ଉପନିର୍ବାଚନ ନେଇ ହେବ ଆଲୋଚନା

ଭୁବନେଶ୍ୱର ୧୪।୧୧ : ସୋମବାର ବସିବ ସର୍ବଦଳୀୟ ବୈଠକ । ପଦ୍ମପୁର ଉପ-ନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସୁରୁଖୁରୁରେ ଉପନିର୍ବାଚନ ନେଇ ବୈଠକରେ ହେବ ଆଲୋଚନା ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ରେ ହେବାକୁ ଥିବା ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ପାର୍ଟି ଆରମ୍ଭ କରିଦେଲେଣି କସରତ । ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛନ୍ତି । କେବଳ ବିଜେଡି ଦଳ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।

ସେହିପରି ସୋମବାର ଦିନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ପଦ୍ମପୁରରେ ମଧ୍ୟ ସେହି ଧାରାକୁ ବଜାୟ ରଖିବ ବୋଲି ବେଶ୍‌ ଆଶାବାଦୀ ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।