କଳା ଓ ସଂସ୍କୃତି ଧର୍ମ

ସୋମବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ୫ଟି ଭୁଲ କାର୍ଯ୍ୟ, ନଚେତ ପରିବାର ହୋଇଯିବ ବର୍ବାଦ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ସୋମବାର ଦିନ ଯେଉଁ ଭୁଲ କାର୍ଯ୍ୟ କଲେ ଜୀବନରେ ସଙ୍କଟ ମାଡି ଆସିଥାଏ। ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ।

ପ୍ରତ୍ୟେକ ବାର ଦିନ କିଛି ଖାସ ନିୟମ ପାଳନ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି, ସୋମବାର ବ୍ରତ କିପରି ରଖିବେ? କେଉଁ ପ୍ରକାର ପୋଷାକ ପରିଧାନ କରିବେ? ଏହିଦିନ କଣ ସେବନ କରିବା ଉଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହାସହିତ ସୋମ ଅର୍ଥର ଚନ୍ଦ୍ର। ତେଣୁ ସୋମବାର ଚନ୍ଦ୍ର ସହିତ ମଧ୍ୟ ଜଡିତ ରହିଛି। ସୋମବାର ଦିନ ଭଗବାନ ଶିବଙ୍କ ପାଇଁ ରଖାଯାଇଥିବା ବ୍ରତ ଶୀଘ୍ର ହିଁ ଫଲଦାୟୀ ହୋଇଥାଏ। ସୋମବାର ଦିନ ବ୍ରତ ରଖିବା ଦ୍ଵାରା ବୈବାହିକ ଜୀବନ ସୁଖମୟ ରହିବା ସହିତ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ପ୍ରାୟତଃ ଅଧିକାଂଶ ଅବିବାହିତ ମହିଳା ମାନେ ସୋମବାର ବ୍ରତ ରଖିଥାନ୍ତି ଜଣେ ଉତ୍ତମ ଜୀବନସାଥୀ ପାଇବା ପାଇଁ।

ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଗଙ୍ଗାଜଳ ଅର୍ପଣ କରିବା ଉଚିତ ଏବଂ ବେଲପତ୍ର , ଅରଖ ଫୁଲ ଆଦି ଅର୍ପଣ କଲେ ଭଗବାନ ଶିବ ସନ୍ତୁଷ୍ଟ ହୋଇଥାନ୍ତି। ସୋମବାର ଦିନ ଚଦ୍ରଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ, ଏହାଦ୍ବାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ସୋମବାର ଦିନ ବ୍ରତ କରିବା ସହିତ ସମସ୍ତ ଧଳା ରଙ୍ଗର ବସ୍ତୁ ବ୍ୟବହାର କରିବା ଉଚିତ। ସୋମବାର ଦିନ ବାହାରକୁ ଯିବା ସମୟରେ ଆଇନା ଦେଖି ଯିବା ଉଚିତ। ଯାହାଫଳରେ ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ଏବେ ଆସନ୍ତୁ ଜାଣିବା ସୋମବାର ଶିବ କେଉଁ କାର୍ଯ୍ୟ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ପ୍ରଥମ କଥା ହେଉଛି, ସୋମବାର ଦିନ ବା ବ୍ରତ କରି କେବେବି କଳା ବସ୍ତ୍ର ପରିଧାନ କରି ଶିବ ମନ୍ଦିରକୁ ଯାଆନ୍ତୁ ନାହିଁ। ବ୍ରତଧାରୀ ମାନଙ୍କୁ ସଂଯମତା ରହିବା ଆବଶ୍ୟକ। ମହିଳା ମାନେ ସୋମବାର ଦିନ ମୁଣ୍ଡ ଧୋଇବା ଉଚିତ ନୁହେଁ। ସୋମବାର ଦିନ ମହିଳା ଓ ପୁରୁଷ ଉଭୟଙ୍କୁ କେବେବି ମାଂସ ମଦିରା ଆଦି ସେବନ କରିବା ଉଚିତ ନୁହେଁ।

ସୋମବାର ଦିନ ଶିବଙ୍କ ପୂଜା କରି ନନ୍ଦୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କାଟିବା ଉଚିତ। ଏହାସହିତ ସେହିଦିନ ଘର ଆସୁଥିବା ଗାଈ, କୁକୁର, ପକ୍ଷୀ ଆଦିଙ୍କୁ ଭୋଜନ କରିବା ଉଚିତ। କୁହାଯାଏ କି ସୋମବାର ଶିବ କେବେବି ଅନ୍ୟମାନଙ୍କର ଅପମାନ କରିବା ଉଚିତ ନୁହେଁ। ଗାଈକୁ ରୁଟି ଦେବା ସମୟରେ ଅଳ୍ପ ହଳଦୀ ମିଶାଇ ଦେବା ଉଚିତ, ଏହାଦ୍ବାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ। ଏହାସହିତ ବ୍ରତ କରି ବ୍ରାହ୍ମଣ ଭୋଜନ କରାଇ ପାରନ୍ତି। ଯାହାଫଳରେ ଈଶ୍ବରଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ