କଳା ଓ ସଂସ୍କୃତି ଧର୍ମ

ସୋମବାର ଦିନ କରନ୍ତୁ ଏହି ଉପାୟ, ଜୀବନର ସମସ୍ତ ସମସ୍ୟା ହେବ ଦୁର

ନୂଆଦିଲ୍ଲୀ ୧୮/୧୦: ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବା-ଦାବୀଙ୍କୁ ଉତ୍ସର୍ଗ କରାଯାଇଥାଏ। ଯେପରିକି ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ ସୋମବାର ଦିନ କିଛି ସରଳ ଉପାୟ ଗ୍ରହଣ କରି ଶିବଙ୍କ ଅସୀମ କୃପା ପାଇପାରିବେ। ବିଶ୍ୱାସ କରାଯାଏ ଯେ ଏହି ଉପାୟକୁ କରିବା ଦ୍ୱାରା ଜୀବନର ସମସ୍ୟା ସମାପ୍ତ ହୋଇଥାଏ। ଘରେ ସୁଖ-ସମୃଦ୍ଧି ବାସ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ…

ସୁଖ-ସମୃଦ୍ଧି ପାଇଁ:

ସୋମବାର, ଭଗବାନ ଶିବଙ୍କ ବାହାନ ନନ୍ଦୀ ଅର୍ଥାତ୍ ଷଣ୍ଢକୁ ଖାଇବାକୁ ଦିଅନ୍ତୁ। ବିଶ୍ୱାସ କରାଯାଏ ଏହାଦ୍ୱାରା ଜୀବନର ସମସ୍ୟାକୁ ଦୂର ହୋଇ ଘରର ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ।

ଶନି ଦୋଷରୁ ମୁକ୍ତି ପାଇବା ପାଇଁ:

ସୋମବାର ଦିନ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତୁ। ସେଥିରେ କଳା ମଞ୍ଜି ମିଶାଇ ‘ଓଁ ନମଃ ଶିବାୟ’ ମନ୍ତ୍ର ଜୁ କରି ଶିବଲିଙ୍ଗରେ ଢାଳନ୍ତୁ। ଏହାଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ।

ସଂକଟରୁ ମୁକ୍ତି ପାଇବା ପାଇଁ:

ଯଦି ଆପଣଙ୍କ ଜୀବନ ସମସ୍ୟା ମଧ୍ୟରେ ଘେରି ରହିଛି, ତେବେ ପ୍ରତ୍ୟେକ ଦିନ ମାଛକୁ ଅଟାର ଗୋଳି ତିଆରି କରି ମାଛକୁ ଖାଇବାକୁ ଦିଅନ୍ତୁ। ଏହି ସମୟରେ ମନରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହି ଉପାୟକୁ ସୋମବାର ଦିନ ଆରମ୍ଭ କରନ୍ତୁ। ଏହା ଦ୍ୱାରା ଆସୁଥିବା ସଂକଟ ଦୂର ହୋଇଥାଏ।

ଶିବଙ୍କ କୃପା ପାଇବା ପାଇଁ:

ସୋମବାର ସକାଳେ, ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଅଭିଷେକ କରାନ୍ତୁ। ଏହି ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହା ସହିତ, ୨୧ଟି ବେଲ ପତ୍ରରେ ‘ଓଁ ନମଃ ଶିବାୟ’ ଲେଖି ଶିବଙ୍କୁ ଅର୍ପଣ କରନ୍ତୁ। ସନ୍ଧ୍ୟାରେ ମନ୍ଦିରରେ ୧୧ ଟି ଘିଇର ଦୀପ ଜାଳନ୍ତୁ।

ବିବାହରେ ଆସୁଥିବା ବାଧା ଦୁର କରିବା ପାଇଁ:

ଅବିବାହିତ ଲୋକମାନେ ପ୍ରତି ସୋମବାର ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ କେଶର ମିଶ୍ରିତ କ୍ଷୀର ଚଢାନ୍ତୁ। ଏହା ପରେ ଦେବୀ ପାର୍ବତୀଙ୍କୁ ପୂଜା କରନ୍ତୁ। ଏହି ଉପାୟ ଦ୍ୱାରା ବିବାହରେ ଥିବା ପ୍ରତିବନ୍ଧକ ଦୁର ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ