ଦେଶ ବିଦେଶ ମନୋରଞ୍ଜନ

ସୋନୁ ନିଗମଙ୍କ ବଡ଼ ବୟାନ, କହିଲେ- ‘ମୁଁ ଚାହେଁନି ମୋ ପୁଅ ଭାରତରେ ସିଙ୍ଗର ହେଉ’

ନୂଆଦିଲ୍ଲୀ ୧୬/୧୧: ପ୍ରତିଷ୍ଠିତ ସିଙ୍ଗର ସୋନୁ ନିଗମ ସବୁ ବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ପୁଣି ଥରେ ସେମିତି ଏକ ମନ୍ତବ୍ୟ ଦେଇ ଦର୍ଶକଙ୍କୁ ଚକିତ କରିଛନ୍ତି ସୋନୁ। ନିକଟରେ ସୋନୁ ନିଗମ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ରିଲିଜ୍‌ କରିଛନ୍ତି। ତେବେ ଏହି ଗୀତର ପ୍ରମୋସନ୍‌ ବେଳେ ସୋନୁ ଏମିତି କିଛି କହି ଦେଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟାଇମ୍ସ ନାଓକୁ ଦେଇଥିବା ଇଣ୍ଟର ଭ୍ୟୁରେ ସୋନୁ କହିଛନ୍ତି ଯେ, ସେ ଚାହୁଁନାହାନ୍ତି ତାଙ୍କ ପୁଅ ସିଙ୍ଗର ହେଉ।

ଏହା ସହ ତାଙ୍କ ପୁଅ ବିଶେଷ କରି ଭାରତରେ ସିଙ୍ଗର ନହେଉ ବୋଲି ସୋନୁ କହିଛନ୍ତି। ଇଣ୍ଟର ଭ୍ୟୁରେ ସୋନୁଙ୍କୁ ତାଙ୍କ ପୁଅ ସିଙ୍ଗର ହେବେ କି ନାହିଁ ପଚରାଯାଇଥିଲା। ଏହି ପ୍ରଶ୍ନର ଜବାବ ଦେଇ ସୋନୁ କହିଥିଲେ, ‘ସତ କହୁଛି କି ମୋ ପୁଅ ସିଙ୍ଗର ନହେଉ, ବିଶେଷ କରି ଏହି ଦେଶର ନହେଉ।’ ଏହା ସହ ସେ ଭାରତରେ ରହୁନାହିଁ। ଦୁବାଇରେ ରହୁଛି। ତାକୁ ବହୁ ପୂର୍ବରୁ ବାହାରକୁ ପଠାଇ ଦେଇଛି ବୋଲି ସୋନୁ କହିଥିଲେ।

ସୋନୁ ନିଗମ ଆହୁରି ମଧ୍ୟ କହିଛନ୍ତି, ‘ମୋ ପୁଅ ୟୁଏଇରେ ଟପ୍‌ ଗେମର। ଏକ ଗେମ୍‌ ଫୋର୍ଟନାଇଟ୍‌ରେ ସେ ଟପ୍‌ ଗେମର। ବହୁତ ପ୍ରତିଭାଶାଳୀ ପିଲା। ତାକୁ ମୁଁ କିଛି ବନିବାକୁ କହିବିନି। ଦେଖିବା ସେ କଣ କରିବାକୁ ଚାହୁଁଛି।’ ତେବେ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ବୈଷ୍ଣବ ଜନର ହିନ୍ଦୀ ଭର୍ଜନ। ସୋନୁ ଦୁବାଇରେ ରହି ଏହି ଗୀତ ଉପରେ କାମ କରିଛନ୍ତି। କିଛି ଦିନ ପୂର୍ବରୁ ସୋନୁଙ୍କ ପୁଅ ନବୀନ ନିଗମଙ୍କ ଭିଡିଓ ଖୁବ ଭାଇରାଲ୍‌ ହୋଇଥିଲା। ତେବେ ଏହି ସୋ’ରେ ନବୀନ ‘କୋଲାବେରି ଡି’ ଗୀତ ଗାଉଥିବା ନଜର ଆସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ