ଦେଶ ବିଦେଶ ମନୋରଞ୍ଜନ

ସୋନୁଙ୍କୁ ଭେଟିବାକୁ ଆସିଲେ ଏହି ଜବରା ଫ୍ୟାନ୍‌, ଆନ୍ଧ୍ରପ୍ରଦେଶରୁ ମୁମ୍ବାଇ ସାଇକେଲ ଯାତ୍ରା

ନୂଆଦିଲ୍ଲୀ ୧୬।୦୭: ଅଭିନେତା ସୋନୁ ସୁଦ୍‌ କରୋନା ସଙ୍କଟ କାଳରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ । ହେଲେ ସେ ଯେଉଁଭଳି ଭାବେ ସାହାଯ୍ୟର ହାତ ବଢ଼ାଇଥିଲେ, ତାହା ମାନବିକତା ପାଇଁ ଉଦାହରଣ ସୃଷ୍ଟି କରିଛି । ଏଥିପାଇଁ ତାଙ୍କୁ ଦେଶବାସୀ ଠାରୁ ଢେର ଭଲପାଇବା ଓ ସମ୍ମାନ ମିଳୁଛି । ଏଭଳି ପରିସ୍ଥିତିରେ ତାଙ୍କ ଫ୍ୟାନ୍‌ଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏବେ ଜଣେ ପ୍ରଶଂସକ ନିଜର ରିୟଲ୍‌ ହିରୋ ସୋନୁଙ୍କୁ ଭେଟିବାକୁ ସାଇକେଲରେ ଯାତ୍ରା କରିଛନ୍ତି । ଆନ୍ଧ୍ରପ୍ରଦେଶ ବାସିନ୍ଦା ଏହି ଫ୍ୟାନ୍‌ ସାଇକେଲ ଚଳାଇ ମୁମ୍ବାଇରେ ସୋନୁଙ୍କ ପାଖରେ ପହଞ୍ଚିଛନ୍ତି ।

ଏହି ଫ୍ୟାନ୍‌ଙ୍କ ନାମ ହେଉଛି ରାଜୁ । ଏହି ଯୁବକ ସୋନୁଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି । ତେଣୁ ସୋନୁଙ୍କୁ ଭେଟିବାକୁ ସେ ଦୀର୍ଘ ୧୫ ଦିନ ଧରି ସାଇକେଲ ଚଳାଇ ୧୦୦୦ କିମି ଅତିକ୍ରମ କରି ମୁମ୍ବାଇରେ ପହଞ୍ଚିଛନ୍ତି । ରାଜୁ ଯେତେବେଳେ ସୋନୁଙ୍କୁ ଭେଟିଲେ, ସେ ପିନ୍ଧିଥିବା ଟି-ସାର୍ଟରେ ସୋନୁଙ୍କ ଫଟୋ ଛପିଥିଲେ । ସୋନୁଙ୍କ ଭଳି ସେ ମଧ୍ୟ ଦେଶପ୍ରେମର ବାର୍ତ୍ତା ନେଇ ସାଇକେଲ ଚଳାଇଛନ୍ତି । ସାଇକେଲରେ ତ୍ରିରଙ୍ଗା ସହିତ ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ର ବୋର୍ଡ ଟାଙ୍ଗିଛନ୍ତି ।

ସୋନୁ ନିଜର ଏହି ଖାସ୍‌ ଫ୍ୟାନ୍‌ଙ୍କ ପ୍ରୟାସକୁ ପୂରା ସମ୍ମାନ ଦେଇଛନ୍ତି । ଏହା ବ୍ୟତୀତ ରାଜୁଙ୍କ ସହ ସେ ଅନେକ ଫଟୋ ଉଠାଇ ସୋନୁ କହିଛନ୍ତି, ତାଙ୍କୁ ଭେଟିବାକୁ ନିଜ ଜୀବନକୁ ବିପଦରେ ନ ପକାଇ ଲୋକେ ପରସ୍ପରକୁ ସାହାଯ୍ୟ କରନ୍ତୁ । ସୋନୁଙ୍କ ସମାଜସେବା କରୋନା ଲକ୍‌ଡାଉନ୍‌ରେ ସୀମିତ ହୋଇ ନାହିଁ । ନିଜର ସଂଗଠନ ଜରିଆରେ ଏବେ ବି ସେ ବିଭିନ୍ନ ଢଙ୍ଗରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବେକାରୀ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ମଧ୍ୟ ସହଯୋଗ କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ