ଦେଶ ବିଦେଶ ମନୋରଞ୍ଜନ

ସୈଫ ଅଲି ଖାନଙ୍କ ‘ତାଣ୍ଡବ’କୁ ନେଇ ବିବାଦ: ଭଗବାନ ଶିବ ଓ ଶ୍ରୀରାମଙ୍କୁ ଅପମାନିତ କରିଥିବା ଅଭିଯୋଗ

ମୁମ୍ବାଇ ୧୫/୦୧ : ସୈଫ ଅଲି ଖାନଙ୍କ ୱେବ ସିରିଜ ତାଣ୍ଡବ ରିଲିଜ ହେବାପରେ ବିବାଦ ମୁଣ୍ଡ ଟେକିଛି। ତାଣ୍ଡବରେ ସୈଫ ଅଲି ଖାନଙ୍କ ସହ ଡିମ୍ପଲ କାପାଡ଼ିଆ, ସୁନୀଲ ଗ୍ରୋଭର, ଜିଶାନ ଅୟ୍ୟୁବ, ଗୌହର ଖାନ ମଧ୍ୟ ଅଭିନୟ କରିଛନ୍ତି। ୱେବ୍ ସିରିଜର ପ୍ରଥମ ଏପିସୋଡରେ ହିଁ ବିବାଦ ଆରମ୍ଭ ହୋଇଛି। ଜିଶାନ ଅୟ୍ୟୁବ ଭଗବାନ ଶିବଙ୍କ ଭେଷରେ ନଜର ଆସିଛନ୍ତି। ଏହି ଭେଶଭୁଷାରେ ସେ ଏକ ୟୁନିଭର୍ସିଟିରେ ଛାତ୍ରଙ୍କୁ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି। ମଞ୍ଚରେ ଛିଡା ହୋଇ ସେ କହିଛନ୍ତି, ‘ଆପଣମାନଙ୍କୁ କାହାଠାରୁ ସ୍ୱାଧୀନତା ଦରକାର’। ଜିଶାନ ମଞ୍ଚକୁ ଆସୁ ଆସୁ ସଞ୍ଚାଳକ କହିଛନ୍ତି, ‘ନାରାୟଣ-ନାରାୟଣ, ପ୍ରଭୁ କିଛି କରନ୍ତୁ, ରାମଙ୍କ ଫଲୋୟର୍ସ ସୋସିଆଲ ମିଡ଼ିଆରେ ଲଗାତାର ବଢ଼ିବାରେ ଲାଗିଛନ୍ତି। ଆମକୁ କିଛି ନୂଆ ଷ୍ଟ୍ରାଟେଜି ଆପଣେଇବାକୁ ହେବ।’

ଭଗବାନ ଶିବଙ୍କ ଭେଷରେ ଜିଶାନ ଅୟ୍ୟୁବ କହିଛନ୍ତି, ‘କଣ କରିବି, ଛବି ବଦଳାଇ ଦେବିକି ?’ ମଞ୍ଚ ସଞ୍ଚାଳକ ପୁଣି କହିଛନ୍ତି, ‘ଭୋଲେନାଥ ଆପଣ ତ ବହୁତ ଭୋଳା’

ତାଣ୍ଡବର ପ୍ରଥମ ଏପିସୋଡର ଏହି ଦୃଶ୍ୟକୁ ନେଇ ଦର୍ଶକ ବହୁତ କ୍ରୋଧ ଜାହିର କରିଛନ୍ତି। ଏହି ଦୃଶ୍ୟ ହିନ୍ଦୁ ଧର୍ମର ଭାବନାକୁ ପକ୍ଷାଘାତ କରିଥିବା ଦର୍ଶକ ଅଭିଯୋଗ ହୋଇଛି। ଏହା ସ୍ୱିକାରଯୋଗ୍ୟ ନୁହେଁ ବୋଲି ଦର୍ଶକ କହିଛନ୍ତି।

ଜଣେ ୟୁଜର ଏହି ଦୃଶ୍ୟକୁ ସେୟାର କରି ତାଣ୍ଡବ ନିର୍ଦ୍ଦେଶକ ଅଲି ଅବ୍ବାସ ଜଫରଙ୍କୁ ଟାର୍ଗେଟ କରି ଏହାକୁ ଟୁକୁଡା ଟୁକୁଡା ଗ୍ୟାଙ୍ଗକୁ ଗ୍ଲୋରିଫାଇ କରୁଥିବା କହିଛନ୍ତି।


ୟୁଜର୍ସଙ୍କ ଅନୁଯାୟୀ, ଜିଶାନ ଅୟ୍ୟୁବ ଏହି ଦୃଶ୍ୟରେ ଶ୍ରୀରାମ ଓ ଭଗବାନ ଶିବଙ୍କୁ ଅପମାନିତ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତାଣ୍ଡବକୁ ବଏକଟ କରିବାକୁ ଦାବି ଜୋର ଧରିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ