ଭଞ୍ଜନଗର ୦୭।୦୯: ମାଆକୁ ମାରିଦେଲା ପୁଅ। ସମ୍ପତ୍ତି ପାଇଁ ସଇତାନ୍ ସାଜିଲା ଘରର ଏକ ମାତ୍ର ପୁଅ। ଟଙ୍କା ପାଇଁ ମାଆର ତଣ୍ଟି ଚିପି ହତ୍ୟା କରିଛି ପୁଅ। ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଉଲୁଦନ ଗାଁର ଅଡଙ୍ଗପାରି ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ, ଘରର ସମ୍ପତ୍ତି ଭlଗବାଣ୍ଟାକୁ କେନ୍ଦ୍ର କରି ୪ ଦିନ ହେଲା ପୁଅ ସନ୍ତୋଷ ଓ ମାଆଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ପୂର୍ବରୁ ମଧ୍ୟ ବହୁବାର କଳହ କରି ମାଆକୁ ମାରପିଟ କରୁଥିଲା ପୁଅ l ମଙ୍ଗଳବାର ଅପରାହ୍ନରେ ଝଗଡ଼ା କରିବା ପରେ ପୁଅ ମାଆର ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଶ୍ରୀମତୀ ନାୟକ। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଚମ୍ପଟ ହୋଇଯାଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଝିଅ l ଘଟଣାସ୍ଥଳରେ ତାରାସିଂଙ୍ଗ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି l